ପୁରୀ : ଭକ୍ତଙ୍କ ଦାନ ସୁନାରେ ମରାମତି ହେବ ମହାପ୍ରଭୁଙ୍କ ଅଳଙ୍କାର। ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏ ସଂପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ କହିଛନ୍ତି, ତିନି ଠାକୁରଙ୍କ ଅନେକ ଯାନିଯାତ ରହିଛି। ଏହି ସମୟରେ ମହାପ୍ରଭୁ ବିଭିନ୍ନ ବେଶ ହୋଇଥାନ୍ତି। ବେଶ ପାଇଁ ତିନି ଠାକୁରଙ୍କ ନାନାଦି ଅଳଙ୍କାର ରହିଛି। ଏହା ମଧ୍ୟରୁ କିଛି ଅଳଙ୍କାର ଖରାପ ହୋଇଗଲାଣି ତ କିଛି ଭାଙ୍ଗି ଗଲାଣି। ଏସବୁକୁ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ତାଙ୍କ ସୂଚନା ହେଲା, ମହାପ୍ରଭୁଙ୍କ ଶ୍ରୀପୟର ଭାଙ୍ଗିଯାଇଛି। ପଦ୍ମ ସମେତ ବଡ଼ ଠାକୁରଙ୍କ ରାମାନନ୍ଦୀ ତିଳକ ବି ଭାଙ୍ଗିଗଲାଣି। ସେହିପରି ମହାପ୍ରଭୁଙ୍କ ବହୁ ସୁନାମାଳ ଛିଣ୍ଡି ପଡ଼ିଥିବା ବେଳେ ଅନେକ ବଙ୍କାଢ଼ଙ୍କା ହୋଇଗଲାଣି। ଏହାର ମରାମତି ପାଇଁ ଖିମ୍ଜୀ ଜୁଏଲାରି କର୍ତୃପକ୍ଷଙ୍କ ସହ ଆଲୋଚନା ସରିଛି। ରଥଯାତ୍ରା ପୂର୍ବରୁ ସୁନାର ଶ୍ରୀପୟର, ରାମାନନ୍ଦି ତିଳକ ଓ ପଦ୍ମକୁ ମରାମତି କରାଯିବ। ପରେ ଅନ୍ୟ ସବୁ ଅଳଙ୍କାର ମରାମତି ହେବ। ପ୍ରକାଶଥାଉକି, ଶ୍ରୀମନ୍ଦିରରେ ଦାନ ହୁଣ୍ଡି ଲାଗିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ୧୮ କେଜି ସୁନା ଦାନ ସୂତ୍ରରେ ମିଳିଛି।
ମରାମତି ହେବ ମହାପ୍ରଭୁଙ୍କ ଅଳଙ୍କାର
/sambad/media/post_attachments/wp-content/uploads/2018/06/jaga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)