ଧମା : ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର ବାବାଙ୍କ ବକ୍ର ମନ୍ଦିରରେ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ମନ୍ଦିରକୁ ରଂଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଭକ୍ତମାନେ ଶୁକ୍ରବାର ଭୋର ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାବାଙ୍କ ଦର୍ଶନ ପାଇପାରିବେ। ରାତି ୯ଟାରେ ହୋତା ବରଣ ପରେ ଷୋହଳପୂଜା, ରୁଦ୍ରାଭିଷେକ, ଚଣ୍ଡୀପାଠ, ମହାମୃତ୍ୟୁଞ୍ଜୟ ଜପ ଓ ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ରହିଛି।

Advertisment

ରବିବାର ଭୋର ୪ଟାରେ ମହାଦୀପ ଉଠିବ। ଏହି ଅବସରରେ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ହୁମା ମେଳା ଅନୁଷ୍ଠିତ ହେବ। କରୋନା କାରଣରୁ ଗତ ୨ ବର୍ଷ ହେଲା ଏହି ପ୍ରସିଦ୍ଧ ମେଳା ବନ୍ଦ ରହିଥିଲା। ୨ ବର୍ଷ ପରେ ହେଉଥିବାରୁ ଏଥର ମେଳାରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଜନଗହଳିକୁ ଆଖିରେ ରଖି ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ୬ ଜଣ ଅଫିସର୍, ଜଣେ ଡିଏସ୍‌ପି ଏବଂ ୩୦ ଜଣ ହୋମଗାର୍ଡ ମୁତୟନ ହୋଇଛନ୍ତି।