ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡରେ ବିଭିନ୍ନ ଶୈବପୀଠରେ ଶିବରାତ୍ରି ମହାସମାରୋହରେ ପାଳିତ ହୋଇଛି। ସକାଳୁ ଦେଓଗାଁର କୁଶଳେଶ୍ବର, ଘସିପୁରାର ଝାଡ଼େଶ୍ବର, ଆନନ୍ଦପୁରର ଉତ୍ତରେଶ୍ବର, ଫକୀରପୁରର ବାଲୁଙ୍କେଶ୍ବର ମନ୍ଦିର ସମେତ ଶୈଲଙ୍ଗ, ଧକୋଠା, କଇନିପୁରା, ଟୁକୁଣା, ନୂଆପଡ଼ା, ବାରିଗାଁ, ବେଲବାହାଳି, ଶାଳବଣୀ, ପାହାଡ଼ପୁରରେ ଥିବା ଶିବମନ୍ଦିରରେ ଦର୍ଶନପାଇଁ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ଅନେକ ଶ୍ରଦ୍ଧାଳୁ ବୈତରଣୀ ଓ କୁଶେଇ ନଦୀରେ ବୁଡ଼ ପକାଇ ମହାଦେବଙ୍କ ଦର୍ଶନ କରିଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅପରାହ୍‌ଣରେ ଦେଓଗାଁରେ ପହଞ୍ଚି କୁଶଳେଶ୍ବରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଘସିପୁରା ବ୍ଲକ୍‌ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର, ବରିଷ୍ଠ ନେତା ତ୍ରିଲୋଚନ ପରିଡ଼ା ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Advertisment

ଦେଓଗାଁ କୁଶଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ ଧାଡ଼ିରେ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ରାତି ସାଢ଼େ ୧୦ଟାବେଳେ ମହାଦୀପ ଉଠିଥିଲା। ଏହି ଅବସରରେ ମନ୍ଦିର ସମ୍ମୁଖରେ ଭଜନ ସମାରୋହ ଅନୁଷ୍ଠିତ ‌ହୋଇଥିଲା। କମିଟି ପକ୍ଷରୁ ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ବିଜୟ କୁମ‌ାର ସାହୁଙ୍କ ସଂଯୋଜନାରେ ଶିକ୍ଷାବିତ୍ ଯୋଗେନ୍ଦ୍ର ପଣ୍ଡା, ଗୋପାଳକୃଷ୍ଣ ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଦୀପ ରାଉତ ଉପସ୍ଥିତ ଥିଲେ। ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁଙ୍କ ସମେତ କୋଠତହସିଲଦାର ଉମାକାନ୍ତ ବେହେରା, କମିଟି ସଦସ୍ୟ ପ୍ରଦୀପ ପଣ୍ଡା, ମନୋରଂଜନ ପତି, ଜଗବନ୍ଧୁ ପଣ୍ଡା, କାହ୍ନୁ ପାଣିଗ୍ରାହୀ, ଧର୍ମାନନ୍ଦ ପତି, ହରିହର ପାଢ଼ୀ, ଗିରିଧାରୀ ଦାଶ, ମୃତ୍ୟୁଞ୍ଜୟ ଦାଶ, ହେମନ୍ତ କୁମାର ଦାଶ, କୁଲିଆ ପାଣିଗ୍ରାହୀ, ଧ୍ରୁବସେନ ପାଣିଗ୍ରାହୀ, ହଳଧର ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ସୁଶାନ୍ତ ପତି, ଚିତ୍ତରଂଜନ ପତି, ଜୟପ୍ରସାଦ ଦାସ, ପ୍ରକାଶ ବଳ, ଦେବେନ୍ଦ୍ର ଦାସ, ବିକାଶ ମଲିକ, ଶରତ ବଳ, ତାପସ ବଳ, ପ୍ରଭାତ ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିଠାରୁ ପ୍ରସିଦ୍ଧ ଜାଗରମେଳା ଆରମ୍ଭ ହୋଇଛି। ମେଳାରେ ୨୫୦ରୁ ଅଧିକ ଷ୍ଟଲ୍‌ ଲାଗିଥିବାବେଳେ ମୀନାବଜାର, ବିଭିନ୍ନ ପ୍ରକାର ଦୋଳି ଲାଗିଛି।

publive-image

ସେହିପରି ଘସିପୁରାର ପ୍ରାଚୀନ ଝାଡ଼େଶ୍ବର ମନ୍ଦିରରେ ଦିନତମାମ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା। ଏଠାରେ ରାତି ସାଢ଼େ ୧୦ଟାବେଳେ ମହାଦୀପ ଉଠିଥିଲା। ପୂଜକ କୃଷ୍ଣଚନ୍ଦ୍ର ଶତପଥୀ, ସୁଦାମ ପଣ୍ଡା, ଅନ୍ତର୍ଯ୍ୟାମୀ ଦାଶ, ସନ୍ତୋଷ ଦାଶ ପୂଜାର୍ଚ୍ଚନା କରିଥିଲେ। କୋଠ ତହସିଲଦାର ସୁଶାନ୍ତ କୁମାର ସାମଲ, ସମାଜ‌ସେବୀ ଅଜୟ ସାହୁ, ସରୋଜ କୁମାର ସାହୁ, ବାବା ପ୍ରଫୁଲ୍ଲ ଦାସ, ନାରାୟଣ ସାହୁ, ରଘୁନାଥ ପାଢ଼ୀ, ନିରଞ୍ଜନ ସାହୁ, ଟୁକୁନ ଦେହୁରୀ, ଧନେଶ୍ବର ରଣା, ବିକାଶ ସାହୁ, ନାଲୁ ସାହୁ, ଗୌତମ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।