ପୁରୀ: ଆମର ଗୁରୁ ପରମ୍ପରାରେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରେଷ୍ଠ ଗୁରୁ। ସମାଜରେ ଆଧ୍ୟାତ୍ମିକତାର ପ୍ରସାରରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ଦର୍ଶନ ଗୁରୁତ୍ୱ ଭକ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କହିଛନ୍ତି। ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ରୌପ୍ୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକ ଏକ ଆଧ୍ୟାତ୍ମିକ ଅନୁଭୂତି ଭାବରେ ବର୍ଣ୍ଣନା କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋବର୍ଦ୍ଧନ ପୀଠର ରୂପା ତାରକାସିର ଏକ ଗଣେଶ ମୂର୍ତ୍ତି ଭେଟି ପ୍ରଦାନ କରିଥିଲେ। ଶଙ୍କରାଚାର୍ଯ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ଶାଲ ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ। ସମାରୋହରେ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଗଣିତ ଶାସ୍ତ୍ର ପୁସ୍ତକକୁ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ।
ସମାରୋହରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ନେପାଳର ରାଜା ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହ ଦେବ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/fdf8c931-39ca-411a-b46c-514d7a829d5c.jpg)