ଜଗତପୁର ୨୭ ଲକ୍ଷ ଲୁଟ୍‌ ଘଟଣା: କଂପାନିର ବିଶ୍ୱସ୍ତ ଲୋକ ମାଷ୍ଟରମାଇଣ୍ଡ୍‌!

କଟକ : ଜଗତପୁର ଆହ୍ଲାବାଦ୍‌ ବ୍ୟାଙ୍କ ପରିସରରୁ ୨୭ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିବାକୁ ଯାଉଛି ପୁଲିସ। ନେମାଳ ଅଞ୍ଚଳର ୩ ଅଭିଯୁକ୍ତଙ୍କୁ ଉଠାଇ ନେଇ ଏବେ ପୁଲିସ ଜେରା କରୁଥିବା ବେଳେ ସେମାନଙ୍କ ସୂଚନା ଆଧାରରେ ଲୁଟ୍‌ ଟଙ୍କା ବି ଖୁବଶୀଘ୍ର ଉଦ୍ଧାର ହେବାକୁ ଯାଉଥିବା ସୂଚନା ମିଳିଛି। ଅନ୍ୟପଟେ କଂପାନିର କର୍ମଚାରୀ ନଳିନୀକାନ୍ତ ତ୍ରିପାଠୀଙ୍କ ଉପରେ ଏବେ ପୁଲିସର ସବୁ ସନ୍ଦେହ କେନ୍ଦ୍ରୀଭୂତ ହୋଇଛି। ମାର୍ଚ୍ଚ ୩୦ ତାରିଖରେ ଏହି ଲୁଟ୍‌ ହେବା ପରଠାରୁ ନଳିନୀଙ୍କୁ ଥାନାରେ ବସାଇ ଜଗତପୁର ପୁଲିସ୍‌ ଲଗାତର ଜେରା କରି ଚାଲିଥିଲା। ଗତକାଲି ରାତି ପ୍ରାୟ ୨ଟାରେ ପୁଲିସ୍‌ ନେମାଳ ଅଞ୍ଚଳରୁ ଯେଉଁ ୩ ଜଣଙ୍କୁ ଉଠାଇଛି, ସେମାନଙ୍କ ଭିତରେ ନଳିନୀଙ୍କର ଜଣେ ସଂପର୍କୀୟ ଥିବା କୁହାଯାଉଛି। ଏକ ଅଜ୍ଞାତ ସ୍ଥାନରେ ଏବେ ୩ ଜଣଙ୍କୁ ଜେରା କରାଯାଉଛି। ସେମାନଙ୍କର ମୋବାଇଲ୍‌ ଫୋନ୍‌ ଜବତ କରାଯାଇ ତାହାର ରେକର୍ଡ ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର