ଜଗତସିଂହପୁର ଟାଉନ୍ : କରୋନା ଭୂତାଣୁର ମୁକାବିଲା ପାଇଁ ମାର୍ସ୍କୋ ସଂସ୍ଥାର ମାଇକ୍ରୋବାୟୋଲୋଜିଷ୍ଟ ଡକ୍ଟର ନିତ୍ୟ ସୁନ୍ଦର ପାଲ୍ ଓ ଡକ୍ଟର ସୁଶ୍ରୀ ରେଖା ଦାସ ଜଗତସିଂହପୁର ଅଞ୍ଚଳକୁ କରୁଛନ୍ତି ସାନିଟାଇଜ୍। ଉଭୟଙ୍କ କହିବା ଅନୁସାରେ, କରୋନା ଭୂତାଣୁର ବ୍ୟାସ ୧.୨୫ ନାନୋ ମିଟର। ତେଣୁ ଏହାକୁ ଦୃଷ୍ଟିରେ ରଖି ଜୀବାଣୁ ଓ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ନାନୋ ଟେକ୍ନୋଲେଜି ମାଧ୍ୟମରେ ପ୍ରତିରୋଧକ ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହାକୁ ବ୍ୟବହାର କରାଯାଇ ବାଲେଶ୍ବର ଡାକ୍ତରଖାନାକୁ ସାନିଟାଇଜ୍ କରାଯାଇଥିଲା। ଏହାପରେ ଜଗତସିଂହପୁର ବଡ଼ ବଜାର, ଓଡ଼ିଶୋ ପଂଚାୟତ ବଣିଆସାହି ଡିଅ ଗ୍ରାମର, ଯାହାନପୁର, ଗାଲୁପଡ଼ା ଅଂଚଳରେ ଡ. ପାଲ୍ ଓ ଡ. ଦାସ ସାଇଟାଇଜ୍ କରୁଛନ୍ତି। ଏଥିସହ ଲୋକମାନଙ୍କୁ କରୋନା ଭୂତାଣୁକୁ ପ୍ରତିରୋଧ କରିବା ସମ୍ପର୍କରେ ସଚେତନ କରୁଛନ୍ତି। ତେବେ ନାନୋ ଟେକ୍ନୋଲୋଜି ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ପ୍ରତିରୋଧକ ସାମଗ୍ରୀକୁ ଘର ବାହାର ସାନିଟାଇଜ୍ କରିବା, ବାସନ ପୋଛିବା, ହାତ ଧୋଇବା, ପାଣି ଟାଙ୍କି ସଫା କରିବା ଆଦି କାର୍ଯ୍ୟକରେ ବ୍ୟବହାର କରାଯାଇ ପାରିବ ବୋଲି ସେମାନେ ସୂଚନା ଦେଇଛନ୍ତି।
୨ ମାଇକ୍ରୋବାୟୋଲୋଜିଷ୍ଟଙ୍କ ସଫଳତା : ପ୍ରସ୍ତୁତ କରୁଛନ୍ତି ପ୍ରତିରୋଧକ ସାମଗ୍ରୀ
/sambad/media/post_attachments/wp-content/uploads/2020/04/jspur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)