କୋଭିଡ୍ ପରିଚାଳନାରେ ଜଗତସିଂହପୁରକୁ ସ୍କଚ୍ ସିଲ୍‌ଭର୍ ଆୱାର୍ଡ

ପୂର୍ବରୁ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉତ୍ତମ ପ୍ରଶାସନ ପାଇଁ ବି ମିଳିଥିଲା ସମ୍ମାନ
ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାବାସୀଙ୍କୁ ଶ୍ରେୟ ଦେଲେ ଜିଲ୍ଲାପାଳ

ଜଗତସିଂହପୁର ଟାଉନ୍ : କୋଭିଡ୍-୧୯ ପରିଚାଳନା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଜାତୀୟସ୍ତରର ସ୍କଚ୍ ଆୱାର୍ଡ-୨୦୨୦ ମିଳିଛି । ଅନ୍‌ଲାଇନ୍‌ ମାଧ୍ୟମରେ ଜିଲ୍ଲାପାଳ ସଂଗ୍ରାମ କିଶୋର ମହାପାତ୍ର ସ୍କଚ୍ ସିଲ୍‌ଭର୍ ଆୱାର୍ଡକୁୁ ଗ୍ରହଣ କରିଛନ୍ତି । ଯାହାକୁ ନେଇ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସମେତ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଜିଲ୍ଲାପାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଛି । ତେବେ ଏହି ଆୱାର୍ଡ ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ।

ଆଜି ଅନ୍‌ଲାଇନ୍ ଯୋଗେ ଏହି ପୁରସ୍କାର ଉତ୍ସବ କରାଯାଇଥିଲା । ସ୍କଚ୍ ଗ୍ରୁପ୍ ପକ୍ଷରୁ କରାଯାଇଥିବା ୱେବ୍‌ନାରରେ ୪ ଶହରୁ ଅଧିକ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପ୍ୟାନେଲିଷ୍ଟ, ବୁଦ୍ଧିଜୀବୀ ଯୋଗଦେଇଥିଲେ । କୋଭିଡ୍ ପରିଚାଳନା କ୍ଷେତ୍ରରେ ନୋମିନେଟ୍ ହୋଇଥିବା ଦେଶର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ କୋଭିଡ୍ ପରିଚାଳନା ଶୈଳୀ ଉପରେ ବକ୍ତବ୍ୟ ରଖିଥିଲେ । ୱେବ୍‌ନାରରେ ଉପସ୍ଥିତ ଥିବା ପ୍ୟାନେଲିଷ୍ଟ ଓ ଅନ୍ୟ ବ୍ୟକ୍ତି ବିଶେଷଙ୍କ ପ୍ରଶ୍ନର ମଧ୍ୟ ଉତ୍ତର ରଖିଥିଲେ । ଓଡ଼ିଶାର ଜଗତସିଂହପୁର, ସୁବର୍ଣ୍ଣପୁର ଓ ନବରଙ୍ଗପୁର ଫାଇନାଲ୍ ରାଉଣ୍ଡକୁ ଯାଇଥିଲେ । ଶେଷରେ ଓଡ଼ିଶାର ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାକୁ ସ୍କଚ୍ ସିଲ୍‌ଭର୍ ଆୱାର୍ଡ ପ୍ରଦାନ କରାଯାଇଥିଲା ।

Local Guides Connect

ତେବେ ଜିଲ୍ଲାପାଳ ପ୍ରଥମତଃ ଓଡ଼ିଶା ସରକାରଙ୍କ ୫ଟି କୁ ଜିଲ୍ଲାସ୍ତରରେ ବାସ୍ତବତାରେ ପରିଣତ କରିବାକୁ ପ୍ରାଧାନ୍ୟ ଦେଇଥିଲେ । ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ଜିଲ୍ଲାର ପ୍ରତି ବିଭାଗ ଓ ସ୍ତରରେ ସ୍ୱଚ୍ଛତା ଆଣିବାକୁ ପ୍ରସ୍ତୁତି କରାଯାଇଥିଲା । କୋଭିଡ୍ ସମୟରେ ଅଫିସକୁ ଯିବା ଆସିବାକୁ କଟକଣା କରାଯାଇଥିଲା । ଏହି ସମୟରେ ଲୋକଙ୍କ ଅଭିଯୋଗ ଶୁଣିବାକୁ (ଜନ ସହଯୋଗ ଜେଏସ୍‌ପୁର ଡଟ୍ ଓଆର୍‌ଜି) ନାମରେ ଏକ ଅନ୍‌ଲାଇନ୍ ପୋର୍ଟାଲ ଖୋଲାଯାଇଛି । ଇ-ଅଫିସକୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗୁ କରି ସାରା ଭାରତବର୍ଷରେ ପ୍ରଥମ ଜିଲ୍ଲା ଭାବେ ଜଗତସିଂହପୁର ପରିଗଣିତ ହୋଇପାରିଛି । ଏଥିପାଇଁ ପୂର୍ବ ମାସରେ ଜଗତସିଂହପୁର ଜିଲ୍ଲାକୁ ଇ-ଗଭର୍ଣ୍ଣାସ ନିମନ୍ତେ ମର୍ଯ୍ୟାଦାଜନକ ସ୍କଚ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ତେବେ ପ୍ରଥମେ ଜିଲ୍ଲାରେ ଥିବା ଅନ୍ୟ ଜିଲ୍ଲା ଓ ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବା ଏବଂ ଜିଲ୍ଲା ବାହାରେ ଥିବା ଶ୍ରମିକ ମାନଙ୍କୁ ଜିଲ୍ଲାକୁ ଆଣିବା କ୍ଷେତ୍ରରେ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା । ମେଡିକାଲ ଟିମ୍ ଦ୍ୱାରା ସାମ୍ପୁଲ୍ କଲେକସନ, ପଜିଟିଭ୍ ରୋଗୀଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରିବା, ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରିବା କ୍ଷେତ୍ରରେ ପ୍ରଶାସନ ଗୁରୁତ୍ୱ ଦେଇଥିଲା । ଯାହା ଦ୍ୱାରା କରୋନା ସ୍ଥିତି ଜିଲ୍ଲାରେ ନିୟନ୍ତ୍ରଣରେ ରହିଛି ।

ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଏବଂ ଆର୍ଟିଫିସିଆଲ୍ ଟେଷ୍ଟ ପରେ ଗତକାଲି ଠାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଟ୍ରୁ-ନାଟ ଟେଷ୍ଟ ଦ୍ୱାରା ଅଧିକ ସଫଳ ପରୀକ୍ଷଣ ହୋଇ ପାରିଛି ।

ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଖୁସିବ୍ୟକ୍ତ କରି କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର କୋଭିଡ୍ ପରିଚାଳନାର ମାର୍ଗଦର୍ଶନ ଓ ନେତୃତ୍ୱ ଫଳପ୍ରଦ ହୋଇଛି ମୁକାବିଲା କରିବା ପାଇଁ । ଜିଲ୍ଲାବାସୀଙ୍କର ସହଯୋଗ ନଥିଲେ କୋଭିଡ୍-୧୯ ପରିଚାଳନା ସମ୍ଭବ ହୋଇ ପାରିନଥାନ୍ତା । ଏହି ସମ୍ମାନ ଜିଲ୍ଲାବାସୀଙ୍କ ପାଇଁ ସମର୍ପିତ ଓ ଉତ୍ସର୍ଗୀକୃତ । ଜିଲ୍ଲାର ଅଧିକାରୀମାନେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ (ପୁଲିସ, ସ୍ୱାସ୍ଥ୍ୟକର୍ମୀ, ବ୍ଳକ୍‌ସ୍ତରରେ ବିଡ଼ିଓ, ତହସିଲଦାରମାନେ) ପାଳନ କରିଥିଲେ । ସରପଂଚମାନେ ଜିଲ୍ଲାପାଳଙ୍କ କ୍ଷମତାକୁ ବ୍ୟବହାର କରି ଠିକ୍ ସମୟରେ ଠିକ୍ ପଦକ୍ଷେପ ନେଇଛନ୍ତି । ୪ ମାସ ପରେ ବି ଜିଲ୍ଲାରେ କମ୍ୟୁନିଟି ସ୍ପ୍ରେଡ୍ ହୋଇ ନାହିଁ । କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରାଯାଇ ନାହିଁ । ପାରାଦୀପ ଭଳି ଶିଳ୍ପ ଅଂଚଳ, ବହୁ କମ୍ପାନି ଓ ପାରାଦୀପ ପୋର୍ଟ ରହି ମଧ୍ୟ କୋଭିଡ୍‌ର ସୁପରିଚାଳନା କରାଯାଇ ପାରିଛି । ବିଶେଷ କରି ଟୁଇଟ୍‌ରେ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣି ତୁରନ୍ତ ସମାଧାନ କରାଯାଇ ପାରିଛି ବୋଲି ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର