ଜଗତସିଂହପୁରରେ ବିଜେଡି କବଜାରେ ସବୁ ଆସନ

ବିଧାୟକ ଚିରଂଜୀବ ବିଶ୍ବାଳ ପରାସ୍ତ, ଦାମୋଦର ରାଉତ ରହିଲେ ତୃତୀୟ ସ୍ଥାନରେ, ଦାମଙ୍କ ପୁଅ ସମ୍ବିତ ଜିତିଲେ ପ୍ରଥମ ନିର୍ବାଚନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଲୋକସଭା ସମେତ ଜିଲ୍ଲାର ୪ଟିଯାକ ବିଧାନସଭା ଆସନ କବଜା କରିଛି ବିଜେଡି। ୨୦୧୪ ନିର୍ବାଚନରେ ଜଗତସିଂହପୁର ବିଧାନସଭା ଆସନ କଂଗ୍ରେସ ହାତରେ ଥିଲା। ଏଥର ବିଜେଡି ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲେ େହଁ, ସେ ଆରମ୍ଭରୁ କଡ଼ା ବିେରାଧର ସାମ୍ନା କରିଥିଲେ। ହେଲେ େଶଷରେ ଫଳାଫଳ ହେଲା, କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ଚିରଂଜୀବ ବିଶ୍ବାଳଙ୍କୁ ସେ ପରାସ୍ତ କରିଛନ୍ତି। ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଡାକ୍ତର ରାଜଶ୍ରୀ ମଲ୍ଲିକ ବିଜୟ ଲାଭ କରିଛନ୍ତି। ସେହିପରି ପାରାଦୀପ ବିଧାୟକ ଡାକ୍ତର ଦାେମାଦର ରାଉତ ବିେଜଡିରୁ ବିଦା ହେବା ପରେ ସେ ଆସନରେ ଦଳ ତାଙ୍କ ପୁଅକୁ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଥିଲା। ସମ୍ବିତ ବିଜୟୀ େହାଇଛନ୍ତି। ତିର୍ତ୍ତୋଲ ଆସନରୁ ବିଜେଡି ପ୍ରାର୍ଥୀ ଭାବେ ବିଷ୍ଣୁ ଚରଣ ଦାସ ଏବଂ ବାଲିକୁଦା-ଏରସମା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ରଘୁନନ୍ଦନ ଦାସ ନିର୍ବାଚନରେ ବିଜୟୀ ହୋଇଛନ୍ତି। ବାଲିକୁଦା-ଏରସମା ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଡାକ୍ତର ଦାମୋଦର ରାଉତ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ପଛରେ ଅର୍ଥାତ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର