ଜଗତ୍ସିଂହପୁର: ବିରିଡ଼ି ବ୍ଲକ୍ ଅଢ଼ଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଇଲୋ ଗ୍ରାମସ୍ଥିତ ମହାପୁରୁଷ ଯଶୋବନ୍ତ ଗୋସ୍ୱାମୀ ପୀଠ ନିକଟରୁ ଏକ ହରିଣ ଉଦ୍ଧାର କରାଯାଇଛି।
ହରିଣଟି ସେଠାରେ ବୁଲୁଥିବା କଥା ଦିନ ପ୍ରାୟ ଗୋଟାଏବେଳେ ପ୍ରଥମେ ଗ୍ରାମବାସୀମାନେ ଦେଖିଥିଲେ। ପରେ ସେମାନେ ମିଳିତ ଭାବେ ହରିଣଟିକୁ ଧରି ପୀଠର ଏକ କୋଠରି ମଧ୍ୟରେ ରଖିଛନ୍ତି ପୁଲିସକୁ ଖବର ଦେଇଛନ୍ତି।
ହରିଣଟି ନିକଟସ୍ଥ ଧଳସଙ୍ଘଡ଼ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି।
ଖାଦ୍ୟ ଓ ବାସସ୍ଥାନ କମି ଆସୁଥିବାରୁ ହରିଣମାନେ ଜଙ୍ଗଲରୁ ଜନପଦକୁ ଚାଲି ଆସୁଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/deer.jpg)