ଲକଡାଉନ କଟକଣା ସତ୍ତ୍ବେ ଜଗତସିଂହପୁରର ସୋମନାଥ ହାଟରେ ଜନଗହଳି, ଲୋକଙ୍କୁ ଘଉଡ଼ାଇଲେ ଜିଲ୍ଲାପାଳ

ଜଗତସିଂହପୁର: ଲକଡାଉନ କଟକଣା ସତ୍ତ୍ବେ ସଚେତନ ହେଉନାହାନ୍ତି ଲୋକେ । ବର୍ତ୍ତମାନ ସମୟରେ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର କଡ଼ା ତାଗିଦା ସତ୍ତ୍ବେ ଚେତୁନାହାନ୍ତି ଲୋକେ ।
ଆଜି ସକାଳୁ ଜଗତସିଂହପୁର ଜିଲ୍ଲାର ସୋମନାଥ ହାଟରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ସୋମନାଥ ହାଟରେ ହଜାର ହଜାର ଲୋକ। ଏଠି ସାମାଜିକ ଦୂରତା ନିୟମକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଥିଲା। ନିୟମକୁ ନ ମାନି ବଜାରରେ ବହୁସଂଖ୍ୟକ ଲୋକଙ୍କୁ ଦେଖିବାକୁ ମିଳିଥିଲା। ପ୍ରଶାସନର ଅଧିକାରୀଙ୍କୁ କିନ୍ତୁ ଏଠାରେ ପ୍ରଥମେ ଦେଖିବାକୁ ମିଳି ନ ଥିଲା।

ତେବେ ଏ ନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଯେ ହାଟକୁ ଯାଇ ଲୋକଙ୍କୁ ଘଉଡ଼ାଇଥିଲେ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା ପାଇଁ ବି ସଚେତନ କରାଯାଇଥିଲା । ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସୋମନାଥ ହାଟରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ଜଗତସିଂହପୁରର ପ୍ରମୁଖ ହାଟ ହେଉଛି ସୋମନାଥ ହାଟ । ଜଗତସିଂହପୁର ସହରର ଉପକଣ୍ଠରେ ଏହି ହାଟ ଅଛି । ଲୋକଙ୍କ ଚାହିଦାକୁ ନଜରରେ ରଖି ସପ୍ତାହକୁ ୨ ଥର ଏହି ହାଟ ବସିଥାଏ।

ସମ୍ବନ୍ଧିତ ଖବର