ଜଗତ୍‌ସିଂହପୁର: ମହାନଦୀରେ ବୁଡ଼ି ଯୁବକ ନିଖୋଜ

ଜଗତ୍‌ସିଂହପୁର: ଆଜି ଭୋର୍‌ ସମୟରେ ତିର୍ତ୍ତୋଲ୍‌ ଥାନା ଅନ୍ତର୍ଗତ ରାହାମା ଠାରେ ମହାନଦୀରେ ଗାଧୋଇବା ବେଳେ ଜଣେ ଯୁବକ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି।

ନିଖୋଜ ଯୁବକଙ୍କ ନାମ ସୁବାସ ପଣ୍ଡା। ଆନୁମାନିକ ବୟସ ୨୬ ବର୍ଷ ହେବ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରବରଦାପୁର ଗାଁରେ। ସେ ରାହାମାସ୍ଥିତ ଏକ ଆସବାବ୍‌ପତ୍ର ଦୋକାନରେ କାମ କରନ୍ତି।

ଆଜି ସକାଳ ୫ଟା ପରେ ସେ ମହାନଦୀରେ ଗାଧାଉଥିବାବେଳେ କୌଣସି କାରଣରୁ ବୁଡ଼ି ଯାଇଥିଲେ। ସେତିକିବେଳେ ସେଠାରୁ କିଛି ଦୂରରେ ନଦୀରେ ଅନ୍ୟତ୍ର ଗାଧାଉଥିବା ଜଣେ ଲୋକ ଏହା ଦେଖି ପାରି ତିର୍ତ୍ତୋଲ ଥାନାରେ ଖବର ଦେଇଥିଲେ।

ଥାନାବାଲା ଦମକଳ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ନଦୀର ସେ ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ସୁବାସଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର