ଜଗତସିଂହପୁର ଜିଲ୍ଲାରେ କିରୋସିନ ଚୋରା ଚାଲାଣ ଅଭିଯୋଗ, ୨୦୦୦ ଲିଟର କିରୋସିନ ଜବତ କଲେ ଗ୍ରାମବାସୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ କିରୋସିନ ଚୋରା ଚାଲାଣ ହେଉଥିବାର କିଛି ଦିନ ହେବ ଅଭିଯୋଗ ଶୁଣିବାକୁ ମିଳୁଥିଲା। ହେଲେ ଗତ ରାତିର ଅନ୍ଧାରରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ତେନ୍ତୁଳିବେଳରି ନଗରପଡ଼ାରେ କିରୋସିନ ଚୋରା ଚାଲାଣ ବେଳେ ଧରା ପଡ଼ିଛି।

ଏକ ଗାଡ଼ିରେ କିରୋସିନ ଚୋରା ଚାଲାଣ ପାଇଁ ଯାଉଥିବା ବେଳେ ଗ୍ରାମବାସୀମାନେ ଧରିଛନ୍ତି। ଗାଡ଼ିରେ ୮ ଟା ବ୍ୟାରେଲ ଓ ୩ ଟି ଜାରରେ ପାଖାପାଖି ୨୦୦୦ ଲିଟର କିରୋସିନ ଅଛି ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ପରିମାଣରେ କିରୋସିନ କେଉଁଠୁ ଆସିଲା। ଜିଲ୍ଲାରେ ହିତାଧିକାରୀମାନଙ୍କୁ କିରୋସିନ ନ ଦେଇ ଡିଲର ଚୋରାରେ ଅଧିକ ଦରରେ ବିକ୍ରି କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଆଜି ପ୍ରମାଣ ମିଳିଛି। ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିନେଇ କିରୋସିନ ଚୋରା ଚାଲାଣକାରୀ ଡିଲରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବନ୍ଧିତ ଖବର