ଜଗତସିଂହପୁରର ପଲ୍ଲୀରେ ବୋମାମାଡ଼, ଜଣେ ଗୁରୁତର

ଜଗତସିଂହପୁର ସଦର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଗତସିଂହପୁର ଜିଲ୍ଲାରେ ପଲ୍ଲୀ ଗ୍ରାମରେ ବୋମାମାଡ଼ ହୋଇଛି। ତେବେ ଏହି ବୋମାମାଡ଼ରେ କେହି ମୃତ ହୋଇ ନ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତିଯାଇଥିଲେ । ଗୁରୁତର ଆହତ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବାର ଜଣାପଡ଼ିଛି।
ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରୁଥିବାର ଜଣାପଡ଼ିଛି । ଖବରଟି ଏହିପରି ଗତକାଲି ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ପଲ୍ଲୀ ଗ୍ରାମରେ ଥିବା ତ୍ରିବେଣୀ ପୋଖରୀ ହୁଡା ଉପରେ ସେହି ଗ୍ରାମର ପ୍ରହଲ୍ଲାଦ ଗାଆଣଙ୍କ ପୁଅ ବଳି ଗାଆଣ(୨୫) ଓ ତାର ସାଙ୍ଗ ସାମନ୍ତରାପୁରର ମନୋଜ ପ୍ରଧାନ(୨୪) ବସି କଥାବାର୍ତ୍ତା ହେଉଥିଲେ । କିଛି ସମୟ ପରେ ମନୋଜ ଉଠି ବାହାରକୁ ଯାଇଥିଲା । ସେହି ସମୟରେ ହଠାତ୍ ଦୁଇ ଜଣ ଯୁବକ ଏକ ବାଇକରେ ଆସି ହଠାତ୍ ବଳି ଉପରକୁ ଦୁଇଟି ବୋମା ମାଡ଼ କରି ଦ୍ରୁତଗତିରେ ଫେରାର ହୋଇଯାଇଥିଲେ ।

ବୋମାମାଡ଼ ଫଳରେ ବଳିର ବାମ ଗୋଡ଼ରେ ପାଦ ଓ ଡାହଣ ଗୋଡ଼ର ଆଣ୍ଠୁରେ ଶକ୍ତ ଆଘାତ ଲାଗିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କିନ୍ତୁ ବୋମା ମାଡ଼ରେ ନିକଟରେ ଥିବା ମନୋଜ ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ବୋମା ମାଡ଼ର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର