କରୋନା ସଂକ୍ରମଣ ଭୟ: ଜଗତସିଂହପୁର ଜିଲ୍ଲାର ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି, ଗୁଜବ ପ୍ରଚାର କଲେ ଗିରଫ

ଜଗତସିଂହପୁର: କରୋନା ସଂକ୍ରମଣ ପାଇଁ ଜଗତସିଂହପୁର ଜିଲ୍ଲାର ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ସମସ୍ତ ମେଳା, ମହୋତ୍ସବ, ମଠ, ମନ୍ଦିର, ମସଜିଦ, ପର୍ଯ୍ୟଟନ ସ୍ଥଳୀ, ମଲ୍, ହୋଟେଲକୁ ବନ୍ଦ କରା ଯାଇଛି।

ଜଗତସିଂହପୁର ଜିଲ୍ଲାର ସାରଳା ମନ୍ଦିର,ଗୋରେଖ ନାଥ ମନ୍ଦିର, ଶିଆଳି ବେଳାଭୂମି, ପାରାଦୀପ ବାଲିଯାତ୍ରା ପଡ଼ିଆ, ନେହେରୁ ବଙ୍ଗଳା ଓ ଧ୍ୟାନକୁଦ ରେ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରାଯାଇଛି। ସରକାରୀ କାର୍ଯ୍ୟ କୁ ଇ-ଅଫିସ୍ ଜରିଆରେ କରିବାକୁ ଜିଲ୍ଲପାଳ କହିଛନ୍ତି।
ଜଗତସିଂହପୁରକୁ ବାହାରୁ ଆସିଥିବା ୨୭ ଜଣଙ୍କୁ ନଜରରେ ରଖାଯାଇଛି। ଗୁଜବ ପ୍ରଚାର କଲେ ଗିରଫ କରିବାକୁ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର