ପାରଦୀପରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମିଳିତ ସମରାଭ୍ୟାସ ଆରମ୍ଭ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପାରଦୀପରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମିଳିତ ସମରାଭ୍ୟାସ ଆଜି ଠାରୁ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ମିଳିତ ସମରାଭ୍ୟାସର ନାମ ରହିଛି ‘ସାଗର କବଚ’ | ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ଉପକୂଳ ଅଞ୍ଚଳରେ ଏହି ସମରାଭ୍ୟାସ ଆରମ୍ଭ ହୋଇଥିବା ବେଳେ ଏଥିରେ ଭାରତୀୟ ତଟରକ୍ଷୀ ବାହିନୀ, ସିଆଇଏସ୍ଏଫ୍, ମେରାଇନ ଥାନା ପୁଲିସ, କଷ୍ଟମ, ବନବିଭାଗ, ମତ୍ସ୍ୟ ବିଭାଗ ଏବଂ ପାରାଦୀପ ବନ୍ଦର ଆଦି ଭାଗ ନେଇଥିବା ଜଣାପଡ଼ିଛି |

୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଏହି ଉପକୂଳ ଦେଇ ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ପ୍ରଶାସନିକ କ୍ଷେତ୍ରରେ ସଜାଗ ରହିବା ଉଦ୍ଦେଶ୍ୟରେ ଏହି ମିଳିତ ସମରାଭ୍ୟାସ କରାଯାଉଛି | ଏହା ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ଲାଲ ବାହିନୀ ଓ ସବୁଜ ବାହିନୀ ଗଠନ କରାଯାଇ ଅନୁପ୍ରବେଶ ଆକ୍ରମଣ ଓ ଏହାକୁ ପ୍ରତିହତ କରିବା କାର୍ଯ୍ୟକ୍ରମ କରାଯାଇଥାଏ |

ସମ୍ବନ୍ଧିତ ଖବର