ସ୍ବାଧିକାର କମିିଟିରେ ହାଜର ହେଲେ ଜାଗି ପଣ୍ଡା

ଭୁବନେଶ୍ବର : ସୋମବାର ବିଧାନସଭା ସ୍ବାଧିକାର କମିଟି ଆଗରେ ହାଜର ହୋଇଛନ୍ତି ଓଡିଶା ଟେଲିଭିଜନ ଲିମିଟେଡର (ଓଟିଭି) ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା। ଓଟିଭି ବିରୋଧରେ ସ୍ବାଧିକାର କମିଟି ଦେଇଥିବା ନୋଟିସର େସ ଜବାବ ରଖିଛନ୍ତି। ପରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀମତୀ ପଣ୍ଡା କହିଛନ୍ତି, କମିଟି ଆଗରେ ଯାହା ଉତ୍ତର ରଖିଛି ତାକୁ ବାହାରେ ପ୍ରକାଶ କରାଯାଇପାରିବ ନାହିଁ ।

ସେ ଆହୁରି କହିଥିଲେ, ପ୍ରଥମ ମହିଳା ଉଦ୍ୟୋଗୀ ଭାବେ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏେବ ସୁଦ୍ଧା ୨ ହଜାର ଲୋକଙ୍କୁ ସେ ନିଯୁକ୍ତି ଦେଇଛନ୍ତି। ଏବେ ଯେଉଁଭଳି ଭାବରେ ତାଙ୍କ ସଂସ୍ଥା ଓଟିଭି ଓ ତାଙ୍କ ଉପରେ ସରକାର ପ୍ରତିଶୋଧ ପରାୟଣ ହୋଇ ହଇରାଣ କଲାଭଳି ଆକ୍ରମଣାତ୍ମକ ଭଙ୍ଗିରେ ପଦକ୍ଷେପ ନେଉଛନ୍ତି ତାହା ଆଗରୁ ସେ କେବେ ବି ସାମନା କରିନଥିଲେ। ଖବର ପରିବେଷଣ କରିବା ବେଳେ ଓଟିଭିର ପରିଚାଳନା ବୋର୍ଡ଼ କୌଣସି ପ୍ରକାର ହସ୍ତକ୍ଷେପ କରେନାହିଁ ବୋଲି ସେ ସଫେଇ ଦେଇଥିଲେ।

ଉଲ୍ଲେଖଥାଉକି, ଗତବର୍ଷ ବିଧାନସଭା ଶୀତ ଅଧିବେଶନ କାଳରେ ଢେଙ୍କାନାଳରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟାକୁ ନେଇ ବିରୋଧୀ ଗୃହକୁ ଅଚଳ କରିଥିଲେ। ଗତ ନଭେମ୍ବର ୧୯ ତାରିଖ ଦିନ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଏ ସଂକ୍ରାନ୍ତରେ ଆଲୋଚନା ଦାବି କରି ହୋହଲ୍ଲା କରୁଥିବା ବେଳେ ବିଧାନସଭା ସଚିବ ଅମୀୟ କୁମାର ଷଡ଼ଙ୍ଗୀ ବାଚସ୍ପତିଙ୍କୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିବାକୁ କହୁଥିବା ଅଡିଓ-ଭିଡିଓ ରେକର୍ଡ଼ିଂ କଟାକ୍ଷ କରି ଓଟିଭି ପରିବେଷଣ କରିଥିଲା। ଯାହା ବିରୋଧରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଗୃହରେ ଓଟିଭି ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲେ। ତାରାଙ୍କ ନୋଟିସ ଆଧାରରେ ବିଧାନସଭା ସ୍ବାଧିକାର କମିଟି ଏ ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଦେଇଥିଲେ ରୁଲିଂ ।

ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ସ୍ବାଧିକାର କମିଟିର ପ୍ରଥମ ବୈଠକ ଗତ ୨୧ ତାରିଖରେ ବସିଥିଲା । ସେହିଦିନ ଓଟିଭି ପରିଚାଳନା ନିର୍ଦ୍ଦେଶିକ‌‌ାଙ୍କୁ ସମନ ଜାରି କରି ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ ୭ ଦିନିଆ ମହଲତ ଦିଆଯାଇଥିଲା । ସୋମବାର ବୈଠକରେ କମିଟିର ଅନ୍ୟ ସଦସ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟସଚେତକ ଅମର ପ୍ରସାଦ ଶତପଥୀ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ, ବରିଷ୍ଠ ବିଜେଡି ବିଧାୟକ ବେଦ ପ୍ରକାଶ ଅଗ୍ରଵାଲ ଓ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର