ବର୍ଷାଙ୍କୁ ଟାର୍ଗେଟ କଲେ ଜାଗୃତି, କହିଲେ; ଅନୁଭବ-ବର୍ଷାଙ୍କ ବ୍ୟକ୍ତିଗତ ବିବାଦରେ ମୋ ନାଁ କାହିଁକି ଟଣାଯାଉଛି?

ଭୁବନେଶ୍ବର: ସୋସିଆଲ ମିଡିଆରେ ଅନୁଭବ ଓ ଜାଗୃତିଙ୍କ ଫଟୋକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ପରେ ମୁହଁ ଖୋଲିଲେ ମହିଳା ସାମ୍ବାଦିକ ଜାଗୃତି ଶୁକ୍ଲା । ଏବେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ଜାଗୃତି। ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଜାଗୃତି କରିଥିବା ପୋଷ୍ଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଫେସବୁକ ପୋଷ୍ଟରେ ନିଜକୁ ଅନୁଭବଙ୍କ ବନ୍ଧୁ ବୋଲି କହିଛନ୍ତି ଜାଗୃତି । ଏହା ବର୍ଷା-ଅନୁଭବଙ୍କ ବ୍ୟକ୍ତିଗତ ବିବାଦ ତା ଭିତରକୁ ତାଙ୍କ ନାଁ ଟଣାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛିଦିନ ହେଲା ଆଶାଳୀନ ଓ ଆପତ୍ତିଜନକ ଟ୍ରୋଲ କରାଯାଉଛି  । ସୀମା ଟପିବା ପରେ ମୁଁ ଲେଖିବାକୁ ବାଧ୍ୟ ହେଉଛି । ମତେ ଟ୍ରୋଲ କରୁଥିବା ଲୋକ ବର୍ଷାଙ୍କ ପ୍ରସଂଶକ । ମୁଁ ଜାଣିପାରୁନି ଏମାନଙ୍କ ପଛରେ କିଏ ଅଛି ? ମୁଁ ବର୍ତ୍ତମାନ ପୁଲିସରେ ଅଭିଯୋଗ କରିବି । ଏହା ଦ୍ୱାରା ଏହା ପଛରେ କିଏ ଅଛି ଜଣାପଡ଼ିବ । କେହି ଟଙ୍କା ଦେଇ ଏଭଳି କରାଉଥିବା ସେ ଅଭିଯୋଗ କରିଛନ୍ତି ।

ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସେ ଏହି ମାମଲାର ଅନୁସନ୍ଧାନ କରିବାକୁ ଅନୁରୋଧ କରିଛନ୍ତି । କିଛିଦିନ ତଳେ ବର୍ଷା ଓ ଜାଗୃତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ ହୋଇଥିଲା ।

ସମ୍ବନ୍ଧିତ ଖବର