କେଏମ୍‌ବିବିରେ ‘ଜାଗୃତି ଯାତ୍ରା’ କର୍ମଶାଳା

ବାରଙ୍ଗ : ବେଲଗଛିଆ ପଞ୍ଚାୟତ ନରଣପୁରସ୍ଥିତ କେଏମ୍‌ବିବି ମହାବିଦ୍ୟାଳୟରେ ‘ଜାଗୃତି ଯାତ୍ରା’ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଜଣେ ଛାତ୍ର/ଛାତ୍ରୀ କିପରି ନିଜର ଉତ୍ତମ ଭବିଷ୍ୟତ ଗଠନ କରିପାରିବ, ସେ ନେଇ ମାର୍ଗଦର୍ଶନ କରାଇଥିଲେ। ସାରା ବିଶ୍ବରେ ଯୁବ ଜାଗରଣ ସୃଷ୍ଟି କରୁଥିବା ‘ଯୁବ ବିକାଶ’ର ପ୍ରତିଷ୍ଠାତା ଗୋବିନ୍ଦ ଦଳାଇ ଛାତ୍ରଛାତ୍ରୀମାନଙ୍କୁ ସଫଳ ଉଦ୍ୟୋଗୀ ହେବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ମହାବିଦ୍ୟାଳୟର ଡିନ୍‌ (ଏକାଡେମିକ୍ସ୍) ଡ. ବିଜୁନି ଚରଣ ସୂତାରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିଲେ। ବିଦ୍ୟାଳୟ ବି.ଟେକ୍‌ ପ୍ରଥମ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ/ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର