ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଲା। ସେ ବର୍ଷାଙ୍କୁ ବ୍ୟକ୍ତିଗତ ଦସ୍ତାବିଜ ପ୍ରସ୍ତୁତିରେ ଜାଲିଆତି କରିଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ ହେବା ଉଚିତ ନୁହେଁ କି ବୋଲି ପ୍ରଶ୍ନ ଉଠାଇଛନ୍ତି।
ସୋସିଆଲ୍ ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରରେ ସେ ଲେଖିଛନ୍ତି ଯେ, ଜଣେ ସାଂସଦଙ୍କ ପତ୍ନୀ ଭିନ୍ନ ଭିନ୍ନ ପରିଚୟ ପତ୍ର ଓ ଡକୁମେଣ୍ଟରେ ଭିନ୍ନ ଭିନ୍ନ ନାଁ ରଖିଛନ୍ତି । ନିଜର ବିବାହ ପ୍ରମାଣପତ୍ର, ମାଟ୍ରିକ ପ୍ରମାଣପତ୍ର, ବ୍ୟାଙ୍କ ଖାତା, ପାସପୋର୍ଟ, ପାନ କାର୍ଡ ଆଦି ସବୁ କାଗଜପତ୍ରରେ ଅଲଗା ଅଲଗା ସାଙ୍ଗିଆ ରଖିଛନ୍ତି । ସେ ନିଜ ପିତାମାତାଙ୍କର ଅଲଗା ଅଲଗା ସାଙ୍ଗିଆ ରଖିଛନ୍ତି । ଏହା ଏକ ଠକେଇ/ଜାଲିଆତି ନୁହେଁ କି ? ଏହାର ତଦନ୍ତ ହେବା ଉଚିତ ନୁହେଁ କି ? ଅଥବା ଜଣେ ସାଂସଦଙ୍କ ପତ୍ନୀ ହିସାବରେ ତାଙ୍କ ପ୍ରତି ଆଇନ ଲାଗୁ ହେବ ନାହିଁ ?
/sambad/media/post_attachments/wp-content/uploads/2022/02/jagruti-1024x795.jpg)
ସୂଚନାଯୋଗ୍ୟ ଯେ, ଅନୁଭବଙ୍କ ପତ୍ନୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଥିବା ସ୍ପାଉସ୍ (ପତ୍ନୀ) ପରିଚୟପତ୍ର ଫେରାଇବା ପାଇଁ ପାର୍ଲାମେଣ୍ଟ ହାଉସ ଉପନିର୍ଦ୍ଦେଶକ (ସୁରକ୍ଷା) ୨୦୨୧, ଡିସେମ୍ବର ୨୨ରେ ଜାରି କରିଥିବା ଚିଠି ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ସ୍ପାଉସ୍ ପରିଚୟପତ୍ର ଫେରାଇବା ପ୍ରସଙ୍ଗ ଏବଂ ବୈବାହିକ ବିବାଦ ସଂକ୍ରାନ୍ତରେ ତଥା ବର୍ଷାଙ୍କ ଉପରେ ଗଣମାଧ୍ୟମରେ ଅନୁଭବଙ୍କ ମନ୍ତବ୍ୟ ଦେବା ଘଟଣାକୁ ବିରୋଧ କରି ଦାୟର ଏହି ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟ ଲୋକସଭା ମହାସଚିବ, ଉପନିର୍ଦ୍ଦେଶକ (ସୁରକ୍ଷା) ଓ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସାଂସଦ ଅନୁଭବ ମହାନ୍ତିଙ୍କ ବନ୍ଧୁ ଜାଗୃତି ଶୁକ୍ଲାଙ୍କର ଏପରି ଏକ ବୟାନ୍ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/anubhav-barsha-1.png)