ବର୍ଷାଙ୍କୁ ଟାର୍ଗେଟ୍‌ କଲେ ଜାଗୃତି : ତୁମ ପାରିବାରିକ ବିବାଦରେ ମୋ ନାଁ କାହିଁକି?

କଟକ : ସୋସିଆଲ ମିଡିଆରେ ଅନୁଭବ ଓ ଜାଗୃତିଙ୍କ ଫଟୋକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ପରେ ମୁହଁ ଖୋଲିଛନ୍ତି ମହିଳା ସାମ୍ବାଦିକ ଜାଗୃତି ଶୁକ୍ଲା। ଅଭିନେତ୍ରୀ ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଜାଗୃତି କରିଥିବା ପୋଷ୍ଟ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫେସବୁକ ପୋଷ୍ଟରେ ନିଜକୁ ଅନୁଭବଙ୍କ ବନ୍ଧୁ ବୋଲି କହିଛନ୍ତି ସେ। ଏହା ବର୍ଷା-ଅନୁଭବଙ୍କ ବ୍ୟକ୍ତିଗତ ବିବାଦ, ତା’ ଭିତରକୁ ତାଙ୍କ ନାଁ ଟଣାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଜାଗୃତି ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘କିଛିଦିନ ହେଲା ଅଶାଳୀନ ଓ ଆପତ୍ତିଜନକ ଟ୍ରୋଲ୍‌ କରାଯାଉଛି। ସୀମା ଟପିବା ପରେ ମୁଁ ଲେଖିବାକୁ ବାଧ୍ୟ ହେଉଛି। ମତେ ଟ୍ରୋଲ କରୁଥିବା ଲୋକ ବର୍ଷାଙ୍କ ପ୍ରଶଂସକ। ମୁଁ ଜାଣିପାରୁନି ଏମାନଙ୍କ ପଛରେ କିଏ ଅଛି? ମୁଁ ବର୍ତ୍ତମାନ ପୁଲିସରେ ଅଭିଯୋଗ କରିବି। ଏହାଦ୍ୱାରା ପଛରେ କିଏ ଅଛନ୍ତି ଜଣାପଡ଼ିବ।’ କେହି ଟଙ୍କା ଦେଇ ଏଭଳି କରାଉଥିବା ସେ ଅଭିଯୋଗ କରିଛନ୍ତି। ଏଥିସହିତ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏହି ମାମଲାର ଅନୁସନ୍ଧାନ କରିବାକୁ ଜାଗୃତି ଅନୁରୋଧ କରିଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ବର୍ଷା ଓ ଜାଗୃତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ ହୋଇଥିଲା।

ସମ୍ବନ୍ଧିତ ଖବର