ରାୟଗଡ଼ା: ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖ ଦିନ ଲୋକାର୍ପଣ ହେବ। ଶ୍ରୀ ଜଗନ୍ନାଥ ଚେତନା ଜାଗ୍ରତ ଓ ପରିକ୍ରମା ପ୍ରକଳ୍ପର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାୟଗଡା ଜିଲାର କଲାନାରା ବ୍ଲକ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ, ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଉପଦେଷ୍ଠା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯାଜନା ସୁଧୀର ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଅଧ୍ୟକ୍ଷ ପଂଚାୟତ ସମିତି, ପଂଚାୟତ ପ୍ରତିନିଧି ପ୍ରମୁଖ ଯୋଗଦାନ କରି ପତାକା ଦେଖାଇ ଶୁଭରମ୍ଭ କରିଥିଲେ।

Advertisment

କୋଲନାରା ବ୍ଲକର ୫ଟି ରଥ ବୁଲି ଭବ୍ୟ ପରିବେଶ ମଧ୍ୟରେ ଚାଉଳ ଗୁଆ ସଂଗ୍ରହ କରିବ। ରାୟଗଡା ବ୍ଲକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଅନ୍ୟାନ୍ୟ ଜନପ୍ରତିନିଧି, କର୍ମଚାରୀ, ବିଡ଼ିଓ ଅମୁଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ରଥ ଉଦଘାଟନ କରିଥିଲେ। ରାୟଗଡ଼ା ବ୍ଲକରେ ୪ଟି ରଥ ପରିକ୍ରମା କରୁଛି ଓ ଏହା ଭବ୍ୟ ପରିବେଶ ସୃଷ୍ଟି କରୁଛି। ଏହା ସହିତ ଜିଲାର ଗୁଡାରି, ବିଷମକଟକ, ମୁନିଗୁଡା ରାମନାଗୁଡ଼ା, ଗୁଣୁପୁର, ପଦ୍ମପୁର, କାଶୀପୁର, କଲ୍ୟାଣସିଂପୁର ବ୍ଲକରେ ଆଜି ଭାବ୍ୟରଥ ପରିକ୍ରମା କରିଥିଲା।ସମ୍ପୃକ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଲୋକ ପ୍ରତିନିଧି ଓ ଜନସାଧାରଣଙ୍କର ଉପସ୍ଥିତିରେ ଭକ୍ତି ଭାବ, ଉତ୍ସାହର ସହିତ ରଥ ଘର ଘର ପରିକ୍ରମା କରିଛି। ଲୋକମାନେ ପୂଜାର୍ଚ୍ଚନା କରି ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରିଥିଲେ। କଳସରେ ଲୋକମାନେ ଚାଉଳ ଓ ଗୁଆ ପ୍ରଦାନ କରି ଶୁଭ ମନାସିଛନ୍ତି।