ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଦ୍ବିତୀୟ ଥର ପାଇଁ କୋଭିଡ୍ରେ ଆକ୍ରାନ୍ତ ହୋଇଛନ୍ତି। ଅସୁସ୍ଥ ଅନୁଭବ କରିବାରୁ ଗତ ଗୁରୁବାର ଦିନଠୁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ। ଇତି ମଧ୍ୟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏମ୍ସର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି। ଗତ ବର୍ଷ ମଧ୍ୟ ସେ କୋଭିଡ୍ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ମିଶ୍ର କୋଭିସିଲ୍ଡର ଉଭୟ ଡୋଜ୍ ଟିକା ନେଇଛନ୍ତି। ତେଣୁ ସେ ଶୀଘ୍ର ସୁସ୍ଥ ହୋଇ ସମ୍ବଲପୁର ଜିଲ୍ଲାରେ ଦଳ ପାଇଁ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବେ ବୋଲି ତାଙ୍କ ସମର୍ଥକ ମାନେ ଆଶାବ୍ୟକ୍ତ କରିଛନ୍ତି।
ଜୟ ନାରାୟଣଙ୍କୁ ପୁଣି କରୋନା, ଏମ୍ସରେ ଭର୍ତ୍ତି
/sambad/media/post_attachments/wp-content/uploads/2021/11/Jayanarayan-Mis9176.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)