ସ୍ଥଗିତ ରହିଲା ଜେଲ୍ ଅଦାଲତ

ଭୁବନେଶ୍ବର : କୋଭିଡ୍ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ଜେଲ ଅଦାଲତକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି(ଶନିବାର) ହେବାକୁ ଥିବା ଏହି ଅଦାଲତକୁ ସ୍ଥଗିତ ରଖାଯିବା ନେଇ ଆଜି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟୟ ସୂଚନା ଦେଇଛନ୍ତି। ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ପରବର୍ତ୍ତୀ ସମୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଛୋଟମୋଟ ମାମଲାରେ ଜେଲରେ ରହିଥିବା ବିଚାରାଧୀନ କଏଦୀ ମୁକୁଳିବା ପାଇଁ ଏହି ଅଦାଲତର ବ୍ୟବସ୍ଥା କରାଯାଇଥିଲା। ଜେଲ ଭିତରେ ଏହି ଅଦାଲତ ବସି ଛୋଟ ମାମଲାର ତୁରନ୍ତ ବିଚାର କରାଯିବ। ଆସନ୍ତାକାଲି ପ୍ରଥମଥର ଏହି ଅଦାଲତ ବସିବାର କାର୍ଯ୍ୟକ୍ରମ ରହିଥିଲା। ପୂର୍ବରୁ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶରେ ଜେଲ୍ ଅଦାଲତ ସଫଳ ହୋଇପାରିଛି।

ସମ୍ବନ୍ଧିତ ଖବର