ପୂର୍ବତନ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ କାରାଦଣ୍ଡ

ପେନ୍‌ସନ୍‌କୁ ରୋକିବାକୁ ଚିଠି କଲା ଭିଜିଲାନ୍ସ ବିଭାଗ

ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ପୁରୀ : ଏକ ଗାଈ ମୃତ୍ୟୁବରଣ କରିବା ପରେ ତା’ର ଇନ୍‌ସ୍ୟୁରାନ୍ସ କରିଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ିଥିବା କାକଟପୁର ବ୍ଲକ୍‌ର ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରତାପ ରଞ୍ଜନ ଶ୍ରୀଚନ୍ଦନଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଏହି ଦୋଷ ପାଇଁ ତାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ତାଙ୍କୁ ଅଧିକ ୨ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ଆଗକୁ ତାଙ୍କର ପେନ୍‌ସନ୍‌କୁ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଭିଜିଲାନ୍ସ ପକ୍ଷରୁ ଚିଠି କରାଯାଇଛି।

ଏକ ଗାଈର ମୃତ୍ୟୁପରେ ତା’ ନାମରେ ଇନ୍‌ସ୍ୟୁରାନ୍ସ କାଗଜପତ୍ର ପ୍ରସ୍ତୁତ କରିଦେବାକୁ କହି ଅଭିଯୋଗକାରୀଙ୍କଠାରୁ ଡା. ଶ୍ରୀଚନ୍ଦନ ଲାଞ୍ଚ ନେଉଥିବା ବେଳେ ଗତ ୨୦୧୪ ମସିହା ନଭେମ୍ବର ମାସ ୨୨ ତାରିଖ ଦିନ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ବିଭାଗ ଏନେଇ ୪୬/୧୪ ନମ୍ବରରେ ଏକ ମାମଲା ରୁଜୁ କରି ଡା. ଶ୍ରୀଚନ୍ଦନଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ଏବେ ଏହି ମାମଲାର ବିଚାର କରି ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ତାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଭିଜିଲାନ୍ସ ବିଭାଗର ପୂର୍ବତନ ଇନ୍‌ସ୍ପେକ୍ଟର ବିପି. ପଟ୍ଟନାୟକ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିବା ବେଳେ ଭିଜିଲାନ୍ସ ବିଭାଗ ପାଇଁ ସ୍ବତନ୍ତ୍ର ସରକାରୀ ଓକିଲ ଭାବେ ହେମନ୍ତ କୁମାର ସ୍ବାଇଁ ମାମଲାକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe