ଦୟନୀୟ ହେହଲାଣି ଜେଲ୍‌ ସ୍ଥିତି

ଭୁବନେଶ୍ୱର : ଓଡିଶାର ଜେଲ୍ ଗୁଡିକରେ ଯେତେ ବନ୍ଦୀଙ୍କୁ ରଖିବାର ବ୍ୟବସ୍ଥା ଅଛି ଏବେ ତାହାଠାରୁ ଢେର ଅଧିକ ସ˚ଖ୍ୟକ କଏଦୀ ରହୁଥିବାରୁ ଜେଲ୍ ପ୍ରଶାସନର ମୁଣ୍ତବିନ୍ଧା ବଢିବାରେ ଲାଗିଛି। ମାସାଧିକକାଳ ଧରି ରାଜ୍ୟରେ ଆଇନଜୀବୀମାନଙ୍କ ଆନ୍ଦୋଳନ ଲାଗି ରହିବା ପରିପ୍ରେକ୍ଷୀରେ ଜାମିନ ଆବେଦନ ହୋଇପାରୁନାହିଁ। ଏଣୁ ଜେଲ ଗୁଡିକରେ ବନ୍ଦୀଙ୍କ ସ˚ଖ୍ୟା ଦିନକୁ ଦିନ ବଢିଚାଲିଛି।

ରାଜ୍ୟରେ ଥିବା ୯୦ରୁ ଅଧିକ ଜେଲରେ ପ୍ରାୟ ୧୮ହଜାର କଏଦୀ ରହିବାପାଇଁ ବ୍ୟବସ୍ଥା ଅଛି। ଅପରାଧିକ ମାମଲାରେ ପୁଲିସ ପ୍ରତିଦିନ ଅଦାଲତ ଗୁଡିକୁ ଅନେକ ଆସାମୀଙ୍କୁ ଚାଲାଣ କରିଥାଏ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଜାମିନ ଆବେଦନ ଭିିତ୍ତିରେ କୋର୍ଟ ବିଭିନ୍ନ ସର୍ତ୍ତରେ ଛାଡି ଦେଇଥାନ୍ତି। ଏହା ବ୍ୟତୀତ ଜେଲ ଭିତରେ ରହିଥିବା ବନ୍ଦୀଙ୍କ ମଧ୍ୟରୁ କେତେକ ଜାମିନ ପାଇଥାନ୍ତି ଓ ଅନ୍ୟ କେତେକ ଖଲାସ ହୋଇ ମୁକୁଳିଥାନ୍ତି। ଫଳରେ ଜେଲ ଗୁଡିକୁ ଯେତେ ବନ୍ଦୀଙ୍କୁ ପଠାଯାଏ ସବୁଦିନିଆ ଯା ଆସ ବ୍ୟବସ୍ଥା ଯୋଗୁଁ ବିଶେଷ ଅସୁବିଧା ଉପୁଜେ ନାହିଁ।

ଏବେ କଟକର ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ ମାମଲାରେ ରାଜ୍ୟବ୍ୟାପି ଓକିଲଙ୍କ ଆନ୍ଦୋଳନ ଚାଲିଛି। ଫଳରେ ଫୌଜଦାରୀ ମାମଲା ଗୁଡିକ ମାସାଧିକକାଳ ଧରି ବିଚାର ହୋଇପାରୁନାହିଁ। ସେହିପରି ପୁଲିସ ଅଧିକରୁ ଅଧିକ ସ˚ଖ୍ୟକ ଆସାମୀଙ୍କୁ କୋର୍ଟ ଚାଲାଣ କରିବା ଫଳରେ ସେମାନଙ୍କ ଜାମିନ ଆବେଦନ ପେଶ କରିବାକୁ ଓକିଲ ନଥିବାରୁ ଜେଲ ଗୁଡିକରେ ବନ୍ଦୀମାନଙ୍କ ଭିଡ ବଢିବାରେ ଲାଗିଛି ।
ରାଜ୍ୟରେ ଏବେ ୨୫ହଜାରରୁ ଅଧିକ କଏଦୀ ଜେଲରେ ଥିବା ସୂଚନା ମିଳିଛି। ଆଗାମୀ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାହିତ କରିବାପାଇଁ ପାର୍ବଣ ପୂର୍ବରୁ ପେଶାଦାର ଅପରାଧୀ ଓ ୱାରେଣ୍ଟିମାନଙ୍କୁ ଧରିବାଲାଗି ବିଭିନ୍ନ ପୁଲିସ ଚଢାଉ ଅଭିଯାନ ଚଳାଇଛନ୍ତି। ଫଳରେ ସ୍ଥାନ ଅଭାବ ବହୁୁଗୁଣିତ ହୋଇଛି।

ସମ୍ବନ୍ଧିତ ଖବର