ଜୟପୁର: ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଜୟପୁର ନୋଡାଲ ସେଣ୍ଟର ଅଧିନରେ ୩୨ ପରୀକ୍ଷା କେନ୍ଦ୍ରରେ ୨୧୦୭ ପିଲା ପରୀକ୍ଷା ଦେଇଥିବା ବେଳେ ୨୦୪୧ଜଣ ପିଲା ପାସ୍ କରିଛନ୍ତି। ପାସ୍ ହାର ୯୬.୯ ପ୍ରତିଶତ ରହିଛି। ତେବେ ସରକାରୀ ହାଇସ୍କୁଲରୁ ଘରୋଇ ସ୍କୁଲର ପରୀକ୍ଷା ଫଳ ଶତପ୍ରତିଶତ ହୋଇଛି। ଏପରିକି ନୋଡାଲ ସେଣ୍ଟର ଅଧିନରେ ଏ-୧ରେ ୯ଟି ସ୍ଥାନରେ ଶାରଦାବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୯ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ସରକାରୀ ଉଚ୍ଚବିଦ୍ୟାଳୟର ପାଠ ପଢ଼ା ପ୍ରତି ଏହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ସେଭଳି ଏ-୨ରେ ୬୮ଜଣ, ବି-୧ରେ ୧୫୪ଜଣ, ବି-୨ରେ ୪୨୨ଜଣ, ସି-୭୬୧, ଡି-୪୯୫, ଇ-୧୨୨ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ୬୪ଜଣ ପିଲା ଫେଲ୍ ହୋଇଛନ୍ତି।

Advertisment

ସ୍ଥାନୀୟ ଶାରଦାବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅଧିନରେ ଏହି ବିଦ୍ୟାଳୟ ସହ ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୭୪ ପିଲା ପରୀକ୍ଷା ଦେଇଥିବା ବେଳେ ଶତପ୍ରତିଶତ ପାସ୍ କରିଛନ୍ତି। ଏ-୧ରେ ୯ଜଣ, ଏ-୨ରେ ୫୬, ବି-୧ରେ ୬୦, ବି-୨ରେ ୩୭,ସିରେ୧୨ଜଣ ଏଭଳି ପାସ୍ କରିଛନ୍ତି। ୫୮୪ମାର୍କ ରଖି  ଶ୍ରୀୟା ନାୟକ ଜୟପୁର ନୋଡାଲ କେନ୍ଦ୍ରର ଟପ୍ପର ହୋଇଛନ୍ତି। ୫୬୭ମାର୍କ ରଖି ଅମିତ କୁମାର ପଣ୍ଡା ୨ୟ, ୫୬୫ମାର୍କ ରଖି ଭାଗ୍ୟଶ୍ରୀ ପଟ୍ଟନାୟକ ୩ୟ, ୫୬୦ମାର୍କ ରଖି ସନିବ ଦାଶ ଚତୁର୍ଥ , ୫୫୭ମାର୍କ ରଖି ବର୍ଷା ପ୍ରିୟଦର୍ଶନୀ ବେହେରା ପଂଚମ, ୫୫୩ମାର୍କ ରଖି ଏଲେଗଣ୍ଟି ଅଭିଶେଖ ରାଓ  ଷଷ୍ଠ, ୫୪୭ମାର୍କ ରଖି ସୋନାଲି ପଟ୍ଟନାୟକ ୭ମ, ୫୪୩ମାର୍କ ରଖି ତୁଷାର ତ୍ରିପାଠୀ ୮ମ ଓ ୫୪୨ମାର୍କ ରଖି ଆଶିଷ କୁମାର ମହାପାତ୍ର ୯ମ ସ୍ଥାନରେ ରହିଛନ୍ତି। ସରକାରୀ ଉଚ୍ଚବିଦ୍ୟାଳୟରେ ୨୧୬ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୨୦୦ଜଣ ପାସ୍ କରିଛନ୍ତି। ଏ-୨ରେ ୨, ବି-୧ରେ ୫, ବି-୨ରେ ୨୪, ସି-ରେ ୪୦,ଡି-ରେ ୧୦୯ ଓ ଇ-ରେ ୧୦ଜଣ ପାସ୍ କରିଛନ୍ତି।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୬୯ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୧୬୭ଜଣ ପାସ୍ କରିଛନ୍ତି। ଏ-୨ରେ ୪, ବି-୧ରେ ୮, ବି-୨ରେ ୨୬, ସି-ରେ ୬୨,ଡି-ରେ ୬୦ ଓ ଇ-ରେ  ୭ଜଣ ପାସ୍ କରିଛନ୍ତି। ଜେସି ନାୟକ ସରକାରୀ ଉଚ୍ଚବିଦ୍ୟାଳୟରେ ୪୨ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୪୧ଜଣ ପାସ୍ କରିଛନ୍ତି। ବି-୧ରେ ୧, ବି-୨ରେ ୬, ସି-ରେ ୩୨,ଡି-ରେ ୧ଓ ଇ-ରେ ଜଣେ ପାସ୍ କରିଛନ୍ତି। ସରକାରୀ ଉଚ୍ଚବିଦ୍ୟାଳୟ ଏକମ୍ବାରେ ୬୨ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ବି-୧ରେ ୧, ବି-୨ରେ ୧୨, ସି-ରେ ୩୬,ଡି-ରେ ୧୨ ଓ ଇ-ରେ ଜଣେ ପାସ୍ କରିଛନ୍ତି।

ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୯ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ଏ-୨ରେ ୧, ବି-୧ରେ ୯, ବି-୨ରେ ୭, ସି-ରେ ୯,ଡି-ରେ ୩ଜଣ ପିଲା ପାସ୍ କରିଛନ୍ତି। ସରକାରୀ ଉଚ୍ଚବିଦ୍ୟାଳୟରେ ୨୧୬ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୨୦୦ଜଣ ପାସ୍ କରିଛନ୍ତି। ଏ-୨ରେ ୨, ବି-୧ରେ ୫, ବି-୨ରେ ୨୪, ସି-ରେ ୪୦,ଡି-ରେ ୧୦୯ ଓ ଇ-ରେ ୧୦ଜଣ ପାସ୍ କରିଛନ୍ତି। ଜୟପୁର ସିଟି ହାଇସ୍କୁଲରେ ୮୦ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ଏ-୨ରେ ୧, ବି-୧ରେ ୧୧, ବି-୨ରେ ୩୧, ସି-ରେ ୩୩,ଡି-ରେ ୩ ଓ ଇ-ରେ ୧ଜଣ ପାସ୍ କରିଛନ୍ତି। ପୌର ଉଚ୍ଚବିଦ୍ୟାଳୟର-୩ରେ ୪୧ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୩୯ଜଣ ପାସ୍ କରିଛନ୍ତି। ଏ-୨ରେ୧, ବି-୧ରେ ୫, ବି-୨ରେ ୩, ସି-ରେ ୫,ଡି-ରେ ୧୩ ଓ ଇ-ରେ ୧୨ଜଣ ପାସ୍ କରିଛନ୍ତି।

ଉପରକୋଲାବ ପ୍ରକଳ୍ପ ଉଚ୍ଚବିଦ୍ୟାଳୟରେ ୫୭ଜଣ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୫୪ଜଣ ପାସ୍ କରିଛନ୍ତି। ବି-୨ରେ ୧୩, ସି-ରେ ୨୪,ଡି-ରେ ୧୧ ଓ ଇ-ରେ ୬ଜଣ ପାସ୍ କରିଛନ୍ତି। ଜେଇଏଲସି ଉଚ୍ଚବିଦ୍ୟାଳୟରେ ୬୭ଜଣ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୬୫ଜଣ ପାସ୍ କରିଛନ୍ତି। ଏ-୨ରେ ୧,ବି-୧ରେ ୨ଜଣ ,ବି-୨ରେ ୧୩, ସି-ରେ ୩୯,ଡି-ରେ ୯ ଓ ଇ-ରେ ଜଣେ ପାସ୍ କରିଛନ୍ତି।