ଯାଜପୁର: ଭୋଟରମାନଙ୍କୁ ପ୍ରଭାବିତ କରୁଥିବା କାରଣରୁ ଯାଜପୁର ଜିଲ୍ଲାର ତିନିଟି ବୁଥ୍ର ପ୍ରିଜାଇଡିଙ୍ଗ୍ ଅଫିସର୍ମାନଙ୍କୁ ନିଲମ୍ବନ କରଯିବା ସହ ସେମାନଙ୍କ ମଧ୍ୟରୁ ଜଣକୁ ଗିରଫ କରିବାକୁ ନିର୍ଦେଶ ଦିଆଯାଇଛି।
ବିଞ୍ଝାରପୁରର ବୁଥ୍ ନମ୍ବର ୧୩୫ର ପ୍ରିଜାଇଡିଙ୍ଗ୍ ଅଫିସର୍ ଧୀରେନ୍ଦ୍ର ତ୍ରିପାଠୀ, ୧୯୧ ନମ୍ବର ବୁଥ୍ର ବୈକୁଣ୍ଠ ମଲ୍ଲିକ, ସୁକିନ୍ଦାର ୧୯୬ ନମ୍ବର ବୁଥ୍ର ୪ର୍ଥ ପୋଲିଙ୍ଗ୍ ଅଫିସର୍ ଜନାର୍ଦ୍ଦନ ପୃଷ୍ଟି ଭୋଟର୍ମାନଙ୍କୁ ପ୍ରଭାବିତ କରୁଥିବା କଥା ସିସିଟିଭିରେ ଦେଖାଯାଇଥିଲା। ସେମାନେ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଭୋଟରଙ୍କୁ କହୁଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
୧୯୧ ନମ୍ବର ବୁଥ୍ର ବୈକୁଣ୍ଠ ମଲ୍ଲିକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବାରୁ ତାଙ୍କୁ ଗିରଫ କରିବା ନିମନ୍ତେ ଯାଜପୁର ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/jaj.jpg)