ଭୁବନେଶ୍ବର: ରାଜ୍ୟରେ ପୁଣି ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ଯାଜପୁରର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ତେବେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ଜଣାଯାଇଛି । ଉଭୟଙ୍କ ଭିତରୁ ୭୫ ବର୍ଷୀୟା ମହିଳା ଆକ୍ରାନ୍ତ ଜଣକ କଟିକଟା କଣ୍ଟେନମେଣ୍ଟ ଅଞ୍ଚଳର ଓ ୫୫ ବର୍ଷିୟ ପୁରୁଷଜଣକ ବିରଜାପୁର କଣ୍ଟେନମେଣ୍ଟ ଅଞ୍ଚଳର ଏବଂ ସେଦୁହେଁ କୋଲକାତା ଫେରନ୍ତା ବୋଲି ସୂଚନା ମିଳିଛି।
ଏହାସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚି ଯାଇଛି।
କିଛି ସମୟ ଆଗରୁ ରାଜ୍ୟରେ ପୁଣି ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ପକ୍ଷରୁ ସୂଚନା ଦିଆଯାଇଥିଲା। ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲାର ଯୁବକ ବୋଲି ବି ସୂଚନା ମିଳିଥିଲା। ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲାର ଲେଖାରିଆ ଗାଁର ବୋଲି ଜଣାଯାଇଛି। ଉଭୟଙ୍କର ବୟସ ଯଥାକ୍ରମେ ୨୨ ଓ ୧୮ ବର୍ଷ। ଏଦୁହେଁ ତାମିଲନାଡ଼ୁରୁ ଫେରିଛନ୍ତି। ଉଭୟଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି |
ରାଜ୍ୟରେ ଗୋଟିଏ ମାସ ପରେ କରୋନା ଚିତ୍ର ବଦଳି ଯାଇଛି। ମାର୍ଚ ମାସ ୩୦ତାରିଖ ବେଳକୁ ରାଜ୍ୟରେ ମାତ୍ର ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ମେ ମାସ ୧ ତାରିଖ ବେଳକୁ ଏହି ସଂଖ୍ୟା ୧୪୭ରେ ପହଞ୍ଚି ଯାଇଛି।