ଯାଜପୁର ଲୋକସଭାରେ ସ୍ଥିତି ଅସ୍ପଷ୍ଟ; ୭ ବିଧାନସଭା ଆସନରୁ ୪ରେ ବିଜେଡି, ୨ରେ ବିଜେପି ଓ ୧ରେ ଆସିପାରେ କଂଗ୍ରେସ

ଯାଜପୁରରେ କ୍ଲୋଜ୍ ଫାଇଟ୍ । ସମ୍ବାଦ-କନକ ନୁ୍ୟଜ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଅନୁଯାୟୀ ଯାଜପୁର ଲୋକସଭା ଆସନରେ କିଏ ବାଜି ମାରିବ ତାହା କହିବା ମୁସ୍କିଲ । ପୂର୍ବରୁ ବିଜେଡିର ଗଡ ରହି ଆସିଥିବା ଏହି ଆସନରେ ଚଳିତ ଥର କଡା ଟକ୍କର ହେବ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରୁ କିଏ ଯାଜପୁରରେ ଜୟଲାଭ କରିବ ତାହା ସସପେନ୍ସ ଘେରରେ ରହିଛି । ବିଜେଡିର ଶର୍ମିଷ୍ଠା ସେଠୀ, ବିଜେପିର ଅମୀୟକାନ୍ତ ମଲ୍ଲିକ ଓ କଂଗ୍ରେସର ମାନସ ଜେନାଙ୍କ ମଧ୍ୟରେ ହେଉଛି ତ୍ରିମୁଖୀ ଫାଇଟ୍ ।

ସେହିଭଳି ଯାଜପୁର ଲୋକସଭା ଅଧିନରେ ଆସୁଥିବା ୭ ବିଧାନସଭା ଆସନରେ ମଧ୍ୟ ଭିନ୍ନ ଚିତ୍ର ଦେଖିବାକୁ ମିଳିବ । ସମ୍ବାଦ-କନକ ନ୍ୟୁଜ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ୭ଟି ଆସନରୁ ୩ଟି ଆସନ ହରାଇପାରେ।

ବିଞ୍ଝାରପୁରରେ ପୁଣିଥରେ ଶୁଭିପାରେ ଶଙ୍ଖ୍ୱଧ୍ୱନି
ବିଜେଡିର ଗଡ ରହି ଆସିଥିବା ବିଞ୍ଝାରପୁରରେ ପୁଣିଥରେ ଶୁଭିପାରେ ଶଙ୍ଖଧ୍ୱନି । ପୁଣିଥରେ ବିଧାୟିକା ଭାବେ ନିର୍ବାଚିତ ହୋଇପାରନ୍ତି ପ୍ରମିଳା । ବିଜେଡି ନିଜର ବିଜୟଯାତ୍ରା ଏଠାରେ ଜାରି ରଖିବ ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି ।

 

ବରୀରେ ପ୍ରଥମଥର ପାଇଁ ଫୁଟିବ ପଦ୍ମ
ବରୀରେ ଉଡିବ ବିଜେପିର ବିଜୟ ବାନା । ଦୀର୍ଘ ୧୯ ବର୍ଷ ଧରି ବିଜେଡିର ଗଡ ରହି ଆସିଥିବା ବରୀରେ ପ୍ରଥମଥର ପାଇଁ ଫୁଟିବ ପଦ୍ମ। ସମ୍ବାଦ-କନକ ନୁ୍ୟଜ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି ।

 

ବଡଚଣାରେ ପଦ୍ମ ଫୁଟିବ
ବଡଚଣାରେ ବିଜେପି ମାରିପାରେ ବାଜି । ବିଜେଡିର ଅଭିଜ୍ଞ ଅମରଙ୍କୁ ମାତ୍ ଦେଇ ବିଜେପିର ନବାଗତ ଅମର ବଡଚଣାରେ ପଦ୍ମ ଫୁଟାଇବାରେ ସକ୍ଷମ ହୋଇପାରନ୍ତି । ସମ୍ବାଦ-କନକ ନୁ୍ୟଜ୍ ଏକ୍ଜିଟ୍ ପୋଲ ରିପୋର୍ଟରେ ଏହି ଆସନ ବିଜେଡି ହାତରୁ ଖସୁଥିବାର ଜଣାପଡିଛି ।

 

ଧର୍ମଶାଳାରେ ପୁଣି ବିଜେଡି
ଧର୍ମଶାଳାରେ ପୁଣିଥରେ ୨୦୧୪ର ପୁନରାବୃତ୍ତି ଦେଖିବାକୁ ମିଳିବ । ୨୦୧୯ରେ ପୁଣି ଥରେ ବିଜେଡି ହାତରେ ରହିପାରେ ଏହି ଆସନ । ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇପାରନ୍ତି ପ୍ରଣବ । ସମ୍ବାଦ-କନକ ନ୍ୟୁଜ ଏକ୍ଜିଟ୍ ପୋଲ ରିପୋର୍ଟରେ ଏଭଳି ସମ୍ଭାବନା ଦେଖିବାକୁ ମିଳିଛି ।

 

ଯାଜପୁରରେ ବିଜେଡି କରିବ ହାଟ୍ରିକ
ଯାଜପୁର ଆସନରେ ପୁଣିଥରେ ପ୍ରଣବଙ୍କ ଦବଦବା ଦେଖିବାକୁ ମିଳିପାରେ । ଦୀର୍ଘ ୧୯ ବର୍ଷ ଧରି ବିଜେଡିର ଗଡ ରହିଥିବା ଯାଜପୁରରେ ପୁଣିଥରେ ଉଡିପାରେ ସବୁଜ ବାନା । ଏହି ଆସନରୁ ପ୍ରଣବ ବିଜୟର ହ୍ୟାଟ୍ରିକ ମାରିପାରନ୍ତି ବୋଲି ସମ୍ବାଦ-କନକ ନ୍ୟୁଜ ଏକ୍ଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି ।

 

କୋରେଇରେ କମବ୍ୟାକ୍ କରିପାରେ କଂଗ୍ରେସ
ଦୀର୍ଘ ୩ ଦଶନ୍ଧି ପରେ କୋରେଇରେ କମବ୍ୟାକ୍ କରିପାରେ କଂଗ୍ରେସ । ବିଜେଡିର ବିଜୟରଥରେ ବ୍ରେକ ଲଗାଇପାରନ୍ତି କଂଗ୍ରେସର ବନ୍ଦିତା ପରିଡା । ସମ୍ବାଦ-କନକ ନ୍ୟୁଜ ଏକ୍ଜିଟ୍ ପୋଲ ରିପୋର୍ଟରେ କୋରେଇ ଆସନ ବିଜେଡି ହାତରୁ ଖସୁଥିବାର ଦର୍ଶାଯାଇଛି ।

 

ସୁକିନ୍ଦାରେ ପୁଣି ଉଡିପାରେ ବିଜେଡିର ବିଜୟ ବାନା
ସୁକିନ୍ଦାରେ ପୁଣି ଉଡିପାରେ ବିଜେଡିର ବିଜୟ ବାନା । ପୁଣିଥରେ ବିଜେଡି ଉପରେ ଭୋଟର ଭରସା କରିଥିବା ଏକଜିଟ୍ ପୋଲ ରିପୋର୍ଟ କହୁଛି । ସୁକିନ୍ଦା ସିଂହାସନରେ ପୁଣିଥରେ ପ୍ରୀତିରଞ୍ଜନଙ୍କୁ ଦେଖିବାକୁ ମିଳିପାରେ ବୋଲି ସମ୍ବାଦ-କନକ ନୁ୍ୟଜ୍ ଏକ୍ଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି।

 

ସମ୍ବନ୍ଧିତ ଖବର