କରୋନା ଭାଇରସ୍‌: ଯାଜପୁର ଜିଲ୍ଲାରେ ୯୩.୧୪% ସୁସ୍ଥ, ଓଡ଼ିଶାରେ ୬୯.୬୮ ପ୍ରତିଶତ ସୁସ୍ଥ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସ ଯୋଗୁଁ ୪ ହଜାର ୫୧୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଗଂଜାମ, ଖୋର୍ଦ୍ଧା, ଯାଜପୁର, କଟକ ଓ ବାଲେଶ୍ୱର ଜିଲ୍ଲାରେ କରୋନା ଭାଇରସରେ ଅଧିକ ଲୋକ ଚିହ୍ନଟ ହୋଇଛନ୍ତି। ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଏକ ପ୍ରକାର ନିୟନ୍ତ୍ରଣରେ ଅଛି। ରାଜ୍ୟରେ ୬୯. ୬୮ ପ୍ରତିଶତ ଅର୍ଥାତ ୩୧୪୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ତୁଳନାରେ ଯାଜପୁର ଜିଲ୍ଲାରେ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ରତିଶତ ଅଧିକ। ଯାଜପୁର ଜିଲ୍ଲାରେ ମୋଟ୍‌ ୩୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୯୩.୧୪ ପ୍ରତିଶତ ଅର୍ଥାତ ୩୨୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏବେ ଜିଲ୍ଲାର ୨୪ ଜଣ ରୋଗୀ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଗଂଜାମ ଜିଲ୍ଲାରୁ ୭୫୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୬୩୬ ଜଣ ଅର୍ଥାତ ୮୪.୨୩ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାରେ ଏବେ ୧୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୭୩.୨୬ ପ୍ରତିଶତ ଅର୍ଥାତ ୨୯୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ୪୦୪ ଜଣ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରୁ ୩୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭.୮୦ ପ୍ରତିଶତ ଅର୍ଥାତ ୨୦୦ ଜଣ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରେ କେବଳ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେହିଭଳି ବାଲେଶ୍ୱର ଜିଲ୍ଲାରେ ମୋଟ ୨୫୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୬.୫୬ ପ୍ରତିଶତ ଅର୍ଥାତ ୧୯୬ ଜଣ ରୋଗୀ ଭଲ ହୋଇଛନ୍ତି।

ସମ୍ବନ୍ଧିତ ଖବର