ଯାଜପୁର ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଗିରଫ

କାଳିଆପାଣି: ଟମକା ପୁଲିସ ପକ୍ଷରୁ ଆଜି ଚଢ଼ଉ କରାଯାଇ ବାଲି ଚୋରା ଚାଲାଣରେ ଲିପ୍ତ ଥିବା ଏକ ଟ୍ରାକ୍ଟର (ଓଆର୍-୦୮ସି-୬୬୩)କୁ ଜବତ କରାଯିବା ସହ ଏହାର ଚାଳକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଉକ୍ତ ଥାନା ମାନତିରୀ ଗାଁର ବାଇଧର ବେହୁରାଙ୍କ ପୁଅ କାଳନ୍ଦୀ(୩୬)। କେନ୍ଦୁଝର-ଯାଜପୁର ସୀମାନ୍ତ କୁଶେଇ ନଦୀ ପଠାରୁ ବାଲି ଉଠାଇ ଆସୁଥିବା ବେଳେ ଅଭିଯୁକ୍ତ ବାଙ୍ଗରକୋଟା ଗାଁ ପାଖ ସଡ଼କରେ ଧରା ପଡ଼ିଥିଲା। କାଳନ୍ଦୀ ନାଁରେ କେସ୍ ନଂ ୧୦୦/୨୦ ରୁଜୁ ହୋଇଛି। ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସଂଘମିତ୍ରା ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର