ଲକଡାଉନର ଦ୍ବିତୀୟ ଦିନ: ଯାଜପୁର ଟାଉନ ଓ ବ୍ୟାସନଗରରେ ପରିବା ବଜାରରେ ଭିଡ଼, କାଁଭାଁ ବସ୍ ଚଳାଚଳ

ଯାଜପୁର: ରାଜ୍ୟ ସରକାର ଯାଜପୁର ଜିଲ୍ଲାର ଯାଜପୁର ଟାଉନ ଓ ବ୍ୟାସନଗର ସହରକୁ ଲକଡାଉନ୍ ଘୋଷଣା କରିଛନ୍ତି। ଆଜି ହେଉଛି ଏହାର ଦ୍ବତୀୟ ଦିନ। ଆଜି ଯାଜପୁର ଟାଉନ ଓ ବ୍ୟାସନଗର ସହରରେ ସକାଳେ ପରିବା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଦୁଇ ସହରରେ ତେଜରାତି ଦୋକାନ, ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପ ଆଦି ଖୋଲା ରହିଛି। ଜିଲ୍ଲାରେ କାଁଭାଁ ବସ୍ ଚଳାଚଳ ହେଉଛି। ରାସ୍ତାଘାଟ ଶୂନଶାନ୍ ରହିଥିବାର ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବହୁ ସଂଖ୍ୟାରେ ରାଜ୍ୟ ବାହାରେ କାମ କରୁଥିବା ଯାଜପୁର ଜିଲ୍ଲାର ଯୁବକମାନେ ନିଜ ଘରକୁ ଫେରିଛନ୍ତି। ତାଙ୍କୁ ପ୍ରଶାସନର ନଜରରେ ରଖିଛି।  ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କର ପ୍ରାଥମିକ ସ୍ବାସ୍ଥ୍ୟପରୀକ୍ଷା ପରେ ହୋମ କରେଣ୍ଟାଇନରେ ରହିବାକୁ ଅନୁରୋଧ କରାଯାଇଛି।

ସମଗ୍ର ଜିଲ୍ଲାବାସୀ ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଗତକାଲି ପାଳନ ହୋଇଥିବା ଜନତା କର୍ଫ୍ୟୁକୁ ଯାଜପୁର ଜିଲ୍ଲାରେ ବିପୁଳ ସମର୍ଥନ ମିଳିଥିଲା। ସକାଳୁ ଦୋକାନ ବଜାର, ସାପ୍ତାହିକ ହାଟ ବନ୍ଦ ରହିଥିଲା। ଗାଡ଼ି ମଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଚିକିତ୍ସାଳୟ ଓ ମେଡିସିନ୍ ଦୋକାନ ଖୋଲା ରହିଥିଲା।

ସମ୍ବନ୍ଧିତ ଖବର