ଯାଜପୁର:  ଯାଜପୁର ଜିଲ୍ଲାରେ ବନ୍ୟା କମିଛି। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢୁଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବରୀ ବ୍ଲକରେ ଜଳ ନିଷ୍କାସନ ମୁଖ୍ୟ ସମସ୍ୟା ପାଲଟିଛି। ଏହା ଭିତରେ ୪ ଦିନ ହେଲା ଜଳବନ୍ଦୀରେ ଥିବା ବରୀବାସୀ ଏବେ ବି ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଏହାର ଆଜି ଏକ ଚିତ୍ର ସାମ୍ନାକୁ ଆସିଛି।

Advertisment

publive-image

ସାପ କାମୁଡ଼ା ରୋଗୀକୁ ମେଡିକାଲ ନେବାକୁ ଡିସ୍ ହିଁ ସାଜିଛି ମାଧ୍ୟମ। ରତ୍ନଗିରି ପଞ୍ଚାୟତ ରାଉତସାହି ଗ୍ରାମର ମଂଜୁଲତା ଦାସଙ୍କୁ ଏକ ସାପ କାମୁଡ଼ି ଦେବାରୁ ସ୍ଥାନୀୟ ଲୋକ ଜରୁରୀ ନଂ ଏବଂ ଅଗ୍ନିଶମ ବାହିନୀକୁ ଫୋନ କରି କିଛି ଉତ୍ତର ପାଇ ନ ଥିଲେ। ବାଧ୍ୟ ହୋଇ ଗ୍ରାମବାସୀ ଏହି  ମହିଳାଜଣଙ୍କୁ ଏକ ଡିସ୍ ରେ ପୁରାଇ ୩ କିମି ରାସ୍ତା ପାଣିରେ ଭସାଇ ଟାଣି ଟାଣି ନେଇ ଗୋପାଳପୁର କ୍ଷେତ୍ରୀୟ ମେଡିକାଲକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିବାର ଖବର ମିଳିଛି।