ଯାଜପୁର: ଭଦ୍ରକରେ ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁର ଜିଲ୍ଲାର ୬ ଜଣ ଆସିଥିବା ଜଣାଯାଇଛି। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର ଷଠିପୁର ଅଞ୍ଚଳର ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।
ତାଙ୍କର ସୂଚନା ଅନୁସାରେ ଗତ ୨୯ ତାରିଖରେ କୋଲକାତାର ବଡ଼ବଜାର ଅଞ୍ଚଳରୁ ଏକ ମରୁତି ଓମିନି ଭ୍ୟାନ୍ ମାଧ୍ୟମରେ ୭ ଜଣ ବ୍ୟକ୍ତି ଓଡ଼ିଶା ଆସିଥିଲେ । ସେଥିମଧ୍ୟରୁ ଭଦ୍ରକର ନେଉଳିଆ ଛକଠାରେ ଜଣେ ବ୍ୟକ୍ତି ଓହ୍ଲାଇଥିବା ବେଳେ ୬ ଜଣ ବ୍ୟକ୍ତି ଷଠିପୁର ଅଞ୍ଚଳରେ ଓହ୍ଲାଇଥିଲେ ।
ଭଦ୍ରକର ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେହି ଗାଡ଼ିରେ କୋଲକାତାରୁ ଆସିଥିବା ଜଣାପଡ଼ିବା ପରେ ସଂପୃକ୍ତ ବ୍ୟକ୍ତି ଅନ୍ୟ ୬ ଜଣ ଯାଜପୁର ଷଠିପୁର ଅଞ୍ଚଳର ବୋଲି କଥାବାର୍ତ୍ତା ହେଉଥିଲେ ବୋଲି ଆକ୍ରାନ୍ତ ସୂଚନା ଦେଇଥିବା କଥା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମ୍ପୃକ୍ତ ୬ ଜଣ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ସୂଚନା ନ ଥିବାରୁ ଜିଲ୍ଲାପାଳ ଗଣମାଧ୍ୟମ, ସାଧାରଣ ଲୋକଙ୍କର ସହାୟତା ଲୋଡ଼ିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Six-People-Got-Contects-From-Jajpur-of-Corona-Patient_Thumbnail-1.jpg)