ଯାଜପୁର: ରବିବାର ପ୍ରତ୍ୟୁଷରେ ଚଣ୍ଡିଖୋଲ-ଡୁବୁରି ରାସ୍ତାର ବ୍ରହ୍ମଣୀ ସେତୁ ନିକଟ କୁଣ୍ଡିନାଳ ପୋଲରୁ ଏକ ୧୦ ଚିକିଆ ଟ୍ରକ୍ ଖସି ପାଣିରେ ପଡ଼ିଯିବାରୁ ଏହାର ଡ୍ରାଇଭର ସାଙ୍ଘାତିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଆହତ ଡ୍ରାଇଭରଙ୍କ ନାମ ତ୍ରିଲେଶ୍ୱର ନାୟକ ଓ ତାଙ୍କୁ ୨୯ ବର୍ଷ। ସେ ୧୦ ଚକିଆ ଟ୍ରକ୍ (ନମ୍ବର: OR04H1528) ଯୋଗେ କଳିଙ୍ଗନଗରରୁ ଲୁହା ପଥର ନେଇ ପାରାଦ୍ୱୀପ ଆଡ଼କୁ ଯାଉଥିଲେ। ଭୋର୍ ପ୍ରାୟ ୪ଟା ବେଳେ ପୋଲ ଉପରେ କୌଣସି କାରଣରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ପୋଲ ବାଡ଼ାରେ ଧକ୍କା ଖାଇ ପାଣିକୁ ଖସିପଡ଼ିଥିଲା।
ସକାଳେ ଟ୍ରକ୍ଟିଏ ପାଣିରେ ପଡ଼ିଥିବା ଦେଖି ଲୋକେ ସ୍ଥାନୀୟ ଦମକଳକୁ ଖବର କରିବା ପରେ ସେମାନେ ଆସି ସଙ୍କଟାପନ୍ନ ଅବସ୍ଥାରେ ପଡ଼ିଥିବା ତ୍ରିଲେଶ୍ୱରଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ।
ଏ ପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟିକୁ ପାଣି ମଧ୍ୟରୁ ଉଦ୍ଧାର କରା ଯାଇ ପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/ten-tyre.jpg)