ଯାଜପୁର: ଦଉଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା

ଯାଜପୁର (ଦାନଗଦି): ସୋଲେର ଗ୍ରାମରେ ରବିବାର ସକାଳେ ଜଣେ ମହିଳା ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ୩୨ ବର୍ଷିୟ କୁନୁ ମହାନ୍ତି। ତାଙ୍କ ସ୍ୱାମୀ ରାଜେଶ ମହାନ୍ତିଙ୍କ ସହ ସେ ଦାନଗଦି ବ୍ଲକ୍‌ ଅନ୍ତର୍ଗତ ତ୍ରୀଜଙ୍ଗା ପଞ୍ଚାୟତ ଅଞ୍ଚଳର ସୋଲେର ଗ୍ରାମରେ ଘରଭଡ଼ା ନେଇ ରହୁଥିଲେ। ତାଙ୍କ ଘର ବରୀ ବ୍ଲକ୍‌ ଅନ୍ତର୍ଗତ ଉଦୟନାଥପୁର ଅଞ୍ଚଳରେ।

ରାଜେଶ ଟାଟା କମ୍ପାନିରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ପାରିବାରିକ କଳହ କାରଣରୁ କୁନୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର