ଯାଜପୁର: ଯାଜପୁର ଜିଲ୍ଲାର ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହୋଇଥିବା ଜଣାଯାଇଛି। ସେଠାରୁ ନକଲି ଜର୍ଦ୍ଦା ପ୍ରସ୍ତତୁିରେ ଆବଶ୍ୟକ ହେଉଥିବା କେତେକ ସରଞ୍ଜାମ ବି ଜବତ ହୋଇଛି। ଏହାଛଡ଼ା ଏହି ବ୍ୟବସାୟରେ ଲିପ୍ତ ଥିବା ୪ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି।
ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ଭୋର ସମୟରେ ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ ନାୟକ, ଡିଏସପି ଦୀପକ ଗୋଛୟତ ସଦଳବଳ ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ।

Advertisment

publive-imageଏହି ସମୟରେ ଏହି ବେଆଇନ ବ୍ୟବସାୟରେ ଲିପ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିବା ସହ ସେଠାରୁ ବହୁ ନକଲି ଜର୍ଦ୍ଦା ଓ ସରଞ୍ଜାମକୁ ଜବତ କରିଛି। ଏହି ନକଲି ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି। ଏହି ଘଟଣା ସେ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।