କେନ୍ଦ୍ରାପଡ଼ାରେ ଜଳଶକ୍ତି ଅଭିଯାନର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ୍

ଗୋବରୀ ମୁହାଣ ଖନନ ପାଇଁ ୨୫ କୋଟି, କେନାଲ୍ ସୌନ୍ଦର୍ଯ୍ୟକରଣ ପାଇଁ ୧୭ କୋଟି

କେନ୍ଦ୍ରାପଡା : ୨୫ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରାପଡ଼ାର ଗୋବରୀ ନଦୀ ମୁହାଣ ଖନନ କାମ ଆରମ୍ଭ ହେବ। ଗୋବରୀ ମୁହାଣରେ ୧୧ କିଲୋମିଟର ଦୈର୍ଘ୍ୟ ଓ ୬୦ ମିଟର ଚଉଡ଼ାରେ ଏହି ଖନନ କାମ ଆରମ୍ଭ ହେବ। ସେହିପରି କେନ୍ଦ୍ରାପଡ଼ା କେନାଲ ଲାଇନ୍‌ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ବାବଦରେ ୧୭ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି।

ସ୍ଥାନୀୟ ପୌରପାଳିକା ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ସମଗ୍ର ଭାରତରେ ୨୫୫ଟି ଜିଲ୍ଲାରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନେଇଛନ୍ତି। ଏହି ଜିଲ୍ଲାରେ ଭୂତଳ ଜଳ ଦ୍ରୁତ ହ୍ରାସ କାରଣରୁ ପାନୀୟ ଜଳ ସମସ୍ୟା ଗୁରୁତର ଆକାର ଧାରଣା କରିବାକୁ ଯାଉଛି । ଏଥିପାଇଁ ଭୂତଳ ଜଳ ସ˚ରକ୍ଷଣ ପାଇଁ ବ୍ୟାପକ ସଚେତନ କରାଯିବ। ମହିଳା ମାନଙ୍କୁ ଏଥିରେ ସାମିଲ କରାଯିବ। ବର୍ଷା ଜଳକୁ ସ˚ରକ୍ଷଣ କରିବା ଏବ˚ ଭୂପୃଷ୍ଠକୁ ରିଚାର୍ଜ କରିବା ଦିଗରେ ପଦକ୍ଷେପ ନେବାକୁ ପଡ଼ିବ। ଜିଲ୍ଲାରେ ଥିବା ନଦୀ ସ୍ରୋତଗୁଡ଼ିକୁ ସ˚ରକ୍ଷଣ କରିବା ସହ ଭୂତଳ ଜଳ ସ୍ତରକୁ ଉପରକୁ ଉଠାଇବା ନିମନ୍ତେ ପ୍ରୟାସ ପାଇଁ ସେ ଆହ୍ବାନ ଦେଇଥିଲେ।

ଏହି ଅବସରରେ ଜଳଶକ୍ତି ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିବା ଜଳଶକ୍ତି ରଥକୁ ମନ୍ତ୍ରୀ ଲୋକାର୍ପଣ କରିଥିଲେ। ୟୁନିସେଫ୍‌ର ପ୍ରତିନିଧି ନରେନ୍ଦ୍ର ସି˚ହ ଚୌହାନ୍‌ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ୍‌ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ଅଧୢକ୍ଷ ମାନସ ପରିଡ଼ା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ଜଳ ସମ୍ପଦ ବିଭାଗ ଶାସନ ସଚିବ ପ୍ରଦୀପ ଜେନା ପ୍ରମୁଖ ଭୂତଳ ଜଳ ହ୍ରାସ ଏବଂ ଏହାକୁ ନେଇ ସୃଷ୍ଟି ହେଉଥିବା ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ଏହି ପ୍ରକଳ୍ପ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ˚ସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର