ସୁନ୍ଦରଗଡ଼: ମଙ୍ଗଳବାର ସୁନ୍ଦରଗଡ଼ ଷ୍ଟାଡିୟମ ଛକଠାରେ ‘ସମର୍ପିତ ସେବା ସଂସ୍ଥାନ’ ( ଟିମ ଶ୍ମଶାନ ବନ୍ଧୁ) ଓ ‘ଜିଲ୍ଲା କ୍ରୀଡ଼ା ସଂସଦ’ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଆନୁକୁଲ୍ୟରେ ଜଳଛତ୍ର ଓ ସରବତ ବଣ୍ଟନ କେନ୍ଦ୍ର ଖୋଲିଲା। ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ର ସମସ୍ତଙ୍କ ପ୍ରିୟ ଡାକ୍ତର ଦିଲୀପ ମିଶ୍ର ଯୋଗ ଦେଇ ଜଳଛତ୍ରର ଶୁଭାରମ୍ଭ କରିବା ସହ ଏହି ସେବାର ପ୍ରଶଂସା କରିଥିଲେ। ମୁଣ୍ଡଫଟା ଖରା ସମୟରେ ବାଟୋଇ ତଥା ତୃଷାର୍ତ୍ତଙ୍କ ସକାଶେ ଏହା ସହାୟକ ହେବ, ଲୋକେ ତୃଷା ନିବାରଣ ସହ ଅଂଶୁଘାତରୁ ରକ୍ଷା ପାଇପାରିବେ ବୋଲି କହିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ସହରର ଚର୍ଚ୍ଚିତ ସମର୍ପିତ ସେବା ସଂସ୍ଥାନ (ଶ୍ମଶାନ ବନ୍ଧୁ) ବର୍ଷ ସାରା ବିଭିନ୍ନ ଜନହିତକର ଓ ସାମାଜିକ ସେବା କରି ଲୋକଙ୍କ ମନ ଜିଣିଛନ୍ତି। ଗତବର୍ଷ ମଧ୍ୟ ଏହି ସ୍ଥାନରେ ୬୪ ଦିନ ସରବତ ବଣ୍ଟନ କରି ପ୍ରଶଂସା ପାଇଥିଲେ। ଟିମ ଶ୍ମଶାନବନ୍ଧୁର ସଦସ୍ୟ ସିଦ୍ଧାନ୍ତ କୁମାର ପଣ୍ଡା ଓ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ ଓ ସମ୍ବାଦ ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା ଜଳଛତ୍ର ଗ୍ରୀଷ୍ମ ଶେଷ ଓ ମୌସୁମି ଆଗମନ ପର୍ଯ୍ୟନ୍ତ ଜାରି ରହିବ। ଜଳଛତ୍ରରେ ଥଣ୍ଡା ପାନୀୟ ଜଳ, ଓଆରଏସ ଘୋଳ, ଲେମ୍ବୁ ସରବତ, ଘୋଳ ଦହି, ଆମ୍ବ ସରବତ, ବେଲପଣା, ତରଭୁଜ ସରବତ ମାଗଣା ବଣ୍ଟନ କରାଯାଉଛି। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଲୋକଙ୍କ ଶୋଷ ନିବାରଣ କରାଯିବ।

publive-image

ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସଂପାଦକ ଶ୍ରୀ ଭୋଳଙ୍କ ସହିତ ଜୟଦେବ ପାତ୍ର, ଶିଶିର କୁମାର ପଟେଲ, ଭେଡ଼ାବାହାଲ କଲେଜ ଅଧ୍ୟାପକ ଅଶୋକ କୁମାର ବରାଇ, ସାମ୍ବାଦିକ ଡମ୍ବରୁଧର ନାୟକ, ଦେବାଶିଷ କବି, ବିଜୟ ବରୁଆ, କିଶୋର ନାୟକଙ୍କ ସମେତ ମନୋଜ ଧଳ, ପିଙ୍କୁ ଦାସ, ସଞ୍ଜୟ କୁମାର ପୋଢ଼, ହେମନ୍ତ ପାଢ଼ୀ, ସୁମନ୍ତ ସାହୁ, ବୀରକିଶୋର ସାମଲ, ବିଭୂତି ଭୁୟାଁ, ଟୁନା ସାହୁ, ରାକେଶ ଗୁରୁ, ସୁମନ୍ତ ମହାପାତ୍ର, ଜ୍ୟୋତିଷ ବିଶ୍ବାଳ, ଚିଣ୍ଟୁ ରକ୍ସା, ଦେବେନ୍ଦ୍ର ସାହୁ, ଶିଶିର କୁମାର ବେହେରା, କମଲେଶ ନଥାନୀ, ବସନ୍ତ ସାହୁ, ନରେନ୍ଦ୍ର ସିଂ, ନିର୍ଲିପ୍ତ ବେହୁରା, ମନୋଜ ସାହୁ, ପଙ୍କଜ ଠାକୁର, ପ୍ରଶାନ୍ତ ମହନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।