ବାଲେଶ୍ୱର: ବଢୁଛି ଜଳକା ନଦୀର ଜଳସ୍ତର | ଗତ କିଛି ଦିନ ହେଲାଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ନଦୀରେ ଜଳସ୍ତର ବଢୁଥିବା ଜଣାପଡିଛି | ବର୍ଷା ପାଣି ପାଇଁ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ରହିଛି |
ମିଳିଥିବା ସୂଚନା ମୁତାବକ, ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ଏବେ ମଥାନିଠାରେ ନଦୀର ଜଳସ୍ତର ୫.୬ ମିଟର ରହିଛି | ଲଘୁଚାପ ହେତୁ ଆଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ନଦୀରେ ଜଳସ୍ତର ଆହୁରି ବଢିବାର ଆଶଙ୍କା ରହିଛି | ନଦୀ ବନ୍ଧ ଦୁର୍ବଳ ଥିବାରୁ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-66.jpg)