ଜଳେଶ୍ବର: ଜଳେଶ୍ବର ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୭ମାସର ବକେୟା ଭତ୍ତା ନ ମିଳିବାରୁ ଅସନ୍ତୁଷ୍ଟ ୱାର୍ଡସଭ୍ୟମାନେ ପିଇଓଙ୍କୁ ଅଫିସ ଭିତରେ ରଖି ତାଲା ଠୁଙ୍କି ଦେଇଛନ୍ତି। ଏବେ ପିଇଓ ଅଫିସ୍ ଭିତରେ ରହିଛନ୍ତି। ଏନେଇ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି। ବିଡ଼ିଓଙ୍କ କାର୍ଯ୍ୟାଳୟ ଖୋଲିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।

Advertisment

ୱାର୍ଡସଭ୍ୟମାନଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ରାତି ସାରା ତାଲା ମାରି ଅଟକ ରଖାଯାଇଛି। ମଥାନୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳଙ୍କୁ ରାତି ସାରା ତାଲା ଠୁଙ୍କି ୱାର୍ଡସଭ୍ୟମାନେ ଅଟକ ରଖିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି , ସୂଚନା ଅନୁଯାୟୀ ମଥାନୀ ପଞ୍ଚାୟତ ର ୱାର୍ଡ ମେମ୍ବର ମାନେ ଦୀର୍ଘ ୭ ମାସ ର ଭତ୍ତା ଜାଗାରେ ମାତ୍ର ୫ ମାସର ଭତ୍ତା ଦେଇ ଅବଶିଷ୍ଟ ୨ ମାସର ଭତ୍ତା ଟଙ୍କା ଦିଆଯାଇ ନ ଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏସମ୍ପର୍କରେ ପଚାରିବାରୁ କୌଣସି ସେମାନେ କୌଣସି ସନ୍ତୋଷଜନକ ଉତ୍ତର ପାଇ ପାରି ନ ଥିଲେ। ଯାହାକୁ ନେଇ ୱାର୍ଡ ମେମ୍ବର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ପାଟିତୁଣ୍ତ ହୋଇ ଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳ ଚଞ୍ଚକତା କରି ଟଙ୍କା ହଡପ କରିଥିବା ଅଭିଯୋଗ କରି ତୁରନ୍ତ ଭତ୍ତା ପ୍ରଦାନ ଦାବିରେ ୱାର୍ଡସଭ୍ୟମାନେ ଗତକାଲି ଠାରୁ  ଭାଗବତଙ୍କୁ ପଞ୍ଚାୟତ କାର୍ଯ୍ୟାୂଳୟରେ ତାଲା ମାରି ଅଟକ ରଖିଛନ୍ତି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସରପଞ୍ଚଙ୍କ ଷ୍ଟ୍ରାଇକ ପାଇଁ ମିଟିଂ ହୋଇ ନ ଥିବାରୁ ଭତ୍ତା ଦିଆଯାଇ ପାରି ନାହିଁ ବୋଲି କହିଛନ୍ତି।