ରାଜଧାନୀରେ ଲାଗିଲା ପାଣି ମିଟର: ଯେତିକି ପାଣି ବ୍ୟବହାର କରିବେ ସେତିକି ପଇସା ଗଣିବେ

ଭୁବନେଶ୍ୱର: ରାଜ୍ୟ ସରକାର ସହରାଞ୍ଚଳରେ ଘରେ ଘରେ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ଲକ୍ଷ୍ୟ ରଖିଥିବାବେଳେ ଭୁବନେଶ୍ୱରରେ ଲାଗିଲା ପାଣି ମିଟର । ଏଣିକି ରାଜଧାନୀବାସୀଙ୍କୁ ବ୍ୟବହାର ଅନୁଯାୟୀ ପାଣି ବିଲ୍‌ ପୈଠ କରିବାକୁ ହେବ। ଏବଂ ରାଜ୍ୟରେ ଜଳସାଥୀ ଜଳକର ଆଦାୟ କରିବେ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ୱାଟକୋ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନାରେ ‘ମିଶନ ଶକ୍ତି’ର ମହିଳାମାନେ ପୌରାଞ୍ଚଳର ଜଳଯୋଗାଣ ଓ ବିଲ ଆଦାୟ ଦାୟିତ୍ୱରେ ରହିବେ । ରାଜ୍ୟର ୧୧୪ଟି ପୌରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହେବ । ଜଳର ଗୁଣାବତ୍ତା ପରୀକ୍ଷା କରିବା ,ଜଳଯୋଗାଣ ସଂସ୍ଥା ଓ ଉପଭୋକ୍ତାମାନଙ୍କ ମଧ୍ୟରେ ଜଳସାଥୀମାନେ ସେତୁ ଭଳି କାମ କରିବେ । ତେଣୁ ଏହି ଯୋଜନାକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ବିଲ୍‌ ପୈଠକାରୀ ଭାବେ ନବୀନ ନିବାସର ଜଳବିଲ ବାବଦକୁ ୫୯୩ ଟଙ୍କା ପୈଠ କରିଛନ୍ତି ।

ଅନ୍ୟପଟେ ଯୋଜନାକୁ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ କରିବା ପରେ ଜଳସାଥୀମାନଙ୍କୁ ବାର୍ଷିକ ପ୍ରାୟ ୮ କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହା ଦ୍ୱାରା ୧୨ ଲକ୍ଷରୁ ଅଧିକ ପରିବାର ସୁବିଧା ପାଇପାରିବେ । ତେବେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ୫ ହଜାରରୁ ଅଧିକ ଜଳସାଥୀ ସାମିଲ ହେବେ । ଆଉ ଜଳସାଥୀଙ୍କ ହାତରେ ଦୈନିକ ୧୦୦ କୋଟି ଲିଟର ଜଳ ପରିଚାଳନା ଦାୟିତ୍ୱ ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ସମ୍ବନ୍ଧିତ ଖବର