ସୁନ୍ଦରଗଡ଼: ହେମଗିର ବ୍ଲକ ଜାମକାନି କୋଇଲା ଖଣି ଖନନକୁ ଗତକାଲିଠାରୁ ବିସ୍ଥାପିତଙ୍କ ବିରୋଧ ଜାରି ରହିଛି। ସାରା ଶୀତୁଆ ରାତି ପିଲାଛୁଆ ସହ ୪ ଗାଁ ଜାମକାନି, ଗିରିସୀମା, ମେଣ୍ଡ୍ରା, ଝାରପଲମର ବିସ୍ଥାପିତ ଖନନସ୍ଥଳରେ ଧାରଣା ଦେଇଥିଲେ। ଆଜି ଦ୍ବିତୀୟ ଦିନ ସକାଳୁ ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ୧୭ ପ୍ଲାଟୁନ ପୁଲିସ ବଳ ଘେରାବନ୍ଦୀ କରି ଖଣି ଖନନ ପୁଣି ଆରମ୍ଭ କରିଛନ୍ତି।
/sambad/media/post_attachments/wp-content/uploads/2022/11/s.jpg)
ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ ଓ ଗୋପାଳ ପ୍ରଧାନ ପ୍ରମୁଖଙ୍କ ନେତୃତ୍ବରେ ପ୍ରଶାସନ ଓ ପୁଲିସର କାର୍ଯ୍ୟାନୁଷ୍ଠାନକୁ ପ୍ରବଳ ବିରୋଧ କରିଛନ୍ତି। ଭିଟାମାଟି ଛାଡି ବିସ୍ଥାପିତ ହେଉଥିବା ଲୋକଙ୍କୁ ପୁଲିସର ଲାଠିମାଡ଼କୁ ନିନ୍ଦା କରିଥିଲେ। ଗତକାଲି ବେଦାନ୍ତ କମ୍ପାନିକୁ ତୀବ୍ର ବିରୋଧ କରିଥିଲେ, ବିସ୍ଥାପିତ ଓ ପୁଲିସ ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ହେବାପରେ ପୋଲିସ ଲାଠି ମାଡ଼ କରିଥିଲା ପରେ ସୁନ୍ଦରଗଡ଼ ସହରରୁ ଯାଇଥିବା କମ୍ପାନି ସମର୍ଥନରେ ଯାଇଥିବା ଶତାଧିକ ଯୁବକଙ୍କ ସହ ବିପକ୍ଷବାଦୀଙ୍କ ମଧ୍ୟରେ ପରସ୍ପର ଢେଲା ପଥର ମାଡ଼ ହୋଇଥିଲା। ଏହା ପରେ ପୁଲିସକୁ ପୁଣିଥରେ ଲାଠି ଚାଳନା କରିବାକୁ ପଡ଼ିଥିଲା। ଗତକାଲି ଖନନ କାମ ବନ୍ଦ ହୋଇଥିଲା। ବିସ୍ଥାପିତ ମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବାକୁ ଘୋଷଣା କରିଛନ୍ତି। ବିସ୍ଥାପନ ନୀତି ୨୦୧୩ ଅନୁସାରେ କ୍ଷତିପୂରଣ ନଚେତ ଜମି ଏକର ପିଛା ୫୦ ଲକ୍ଷ ଦାବି କରିଛନ୍ତି ବିସ୍ଥାପିତ। ମାତ୍ର ୨୦୦୬ରେ ଭୂଷଣ କମ୍ପାନି ଦ୍ବାରା ଜମି ଅଧିଗ୍ରହଣ ସାରିଥିବାରୁ ବର୍ତ୍ତମାନ ୨୦୧୩ ନୀତିରେ କ୍ଷତିପୂରଣ ସମ୍ଭବ ନୁହେଁ ବୋଲି ଜିଲ୍ଲା ପ୍ରଶାସନ କହିଛି। ତେବେ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଭାବେ ଖଣି ଖୋଳା କାମ ଆରମ୍ଭ କରିଛି। ଏଠାରେ ଉତ୍ତେଜନା ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/sng-3.jpg)