ସମ୍ବଲପୁର: ୧୮୩୦୯/୧୮୩୧୦ ସମ୍ବଲପୁର-ଜମ୍ମୁତୱି-ସମ୍ବଲପୁର ଏକ୍ସପ୍ରେସ୍ ଆସନ୍ତା ୧ ତାରିଖରୁ ପରୀକ୍ଷାମୂଳକ ଭାବେ ରେଂଗାଲି ଷ୍ଟେସନ୍ରେ ରହଣି କରିବ। ୧୮୩୦୯ ସମ୍ବଲପୁର-ଜମ୍ମୁତୱି ଏକ୍ସପ୍ରେସ୍ ରେଂଗାଲି ଷ୍ଟେସନ୍ରେ ଦିନ ୧୧ଟା ୨୩ରେ ପହଞ୍ଚି ୧୧ଟା ୨୫ରେ ଛାଡ଼ିବ।
ସେହିପରି ଫେରନ୍ତା ପଥରେ ୧୮୩୧୦ ଜମ୍ମୁତୱି-ସମ୍ବଲପୁର ଏକ୍ସପ୍ରେସ୍ ରେଂଗାଲିରେ ଦିନ ୩ଟା ୩୮ରେ ପହଞ୍ଚି ୩ଟା ୪୦ରେ ଛାଡ଼ିବ। ଯାତ୍ରୀମାନଙ୍କ ଦାବି ଓ ସୁବିଧାକୁ ଆଖିରେ ରଖି ପରୀକ୍ଷାମୂଳକ ଭାବେ ଏହି ଅତିରିକ୍ତ ରହଣି ବ୍ୟବସ୍ଥା କରା ଯାଇଥିବା ରେଳବାଇ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/14-24.jpg)