ଏପ୍ରିଲ ୨୧ରେ କଟକରେ ଜାନକୀ ବଲ୍ଲଭଙ୍କ ଶ୍ରାଦ୍ଧ ସଭା

କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଗଠିତ ‘ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ’ର ଏକ ସ୍ବତନ୍ତ୍ର ବୈଠକ ସାରଳା ଭବନ ପରିସରରେ ଅନୁଷ୍ଠିତ ହୋଇଛି।

ଏପ୍ରିଲ ୨୧ ତାରିଖରେ କଟକରେ ହେବାକୁ ଥିବା ଜାନକୀ ବଲ୍ଲଭଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧସଭା ଉପଲକ୍ଷେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲ ପୌରୋହିତ୍ୟ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ଅତିଥି ଚୟନ, ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ-୨୦୨୨ ପ୍ରଦାନ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ସମ୍ମାନ ପ୍ରଦାନ ପାଇଁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି। ପ୍ରସ୍ତୁତି ବୈଠକରେ ଇଞ୍ଜିନିୟର ଡକ୍ଟର ପ୍ରଭାକର ସ୍ବାଇଁ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ସୁରେନ୍ଦ୍ର ନାଥ କର, ପ୍ରଫେସର ହେମେନ୍ଦ୍ର ନାରାୟଣ ଦାସ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଉମେଶ ପ୍ରସାଦ ସାହୁ, ସାବିତ୍ରୀ ଚୌଧୁରୀ, ବାସନ୍ତୀ ପ୍ରଧାନ, ଗୀତା ଖୁଣ୍ଟିଆ, ଗୋଲେଖ ଚନ୍ଦ୍ର କାନୁନ୍‌ଗୋ, ରବୀନ୍ଦ୍ରନାଥ କର, ଆଇନ୍‌ଜୀବୀ ଦେବସ୍ନାନ ଦାସ, ଭାଗବତ ଶୁକ୍ଳ, କୈଳାସ ଚନ୍ଦ୍ର ବରାଳ, ରମେଶ ଭୂୟାଁ, ଲକ୍ଷ୍ମୀପ୍ରସାଦ ମହାପାତ୍ର, ଶଶୀକାନ୍ତ ନାୟକ, କୋରା ପ୍ରସାଦ ପାଢୀ, ମହେଶ୍ବର ବେହେରା, ସ୍ମୃତିର˚ଜନ ମହାପାତ୍ର, ପ୍ରକାଶ ଚନ୍ଦ୍ର ମୁଦୁଲି, ସ୍ବାଧୀନ ମହାପାତ୍ର, ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ଆଲୋଚନାରେ ଅ˚ଶଗ୍ରହଣ କରିଥିଲେ। ଆଇନ୍‌ଜୀବୀ ଆକାଶ ଭୂୟାଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର