ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ୨୧ରେ

ତ୍ରିଲୋଚନ କାନୁନ୍‌ଗୋ, ସୁଲୋଚନା ଦାସ, ଗୋପାଳକୃଷ୍ଣ ମହାପାତ୍ର ପାଇବେ ସ୍ମାରକୀ ସମ୍ମାନ

କଟକ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଆସନ୍ତା ୨୧ତାରିଖ ରବିବାର ସଂଧ୍ୟାରେ ସାରଳା ଭବନରେ ପାଳନ କରାଯିବ। ‘ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ’ ପକ୍ଷରୁ ଆୟୋଜିତ ଏହି ସମାରୋହରେ ସମାଜସେବା ପାଇଁ ବିଶିଷ୍ଟ ରାଜନେତା ତ୍ରିଲୋଚନ କାନୁନ୍‌ଗୋ, ସାହିତ୍ୟ ପାଇଁ ସୁଲେଖିକା ଡକ୍ଟର ସୁଲୋଚନା ଦାସ, ସାମ୍ବାଦିକତା ପାଇଁ ‘ପ୍ରମେୟ’ର ସଂପାଦକ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ-୨୦୧୯’ ପ୍ରଦାନ କରାଯିବ ବୋଲି ସ୍ମାରକୀ ପ୍ରତିଷ୍ଠାନର ସାଧାରଣ ସଂପାଦକ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ସୂଚନା ଦେଇଛନ୍ତି। ଶ୍ରାଦ୍ଧସଭାରେ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ଓ ଜ୍ଞାନପୀଠ ବିଜେତା କବି ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦ‌େବାର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ଦ୍ବାରା ଲିଖିତ ତଥା ବିଦ୍ୟାପୁରୀ ଦ୍ବାରା ପ୍ରକାଶିତ ‘ଜୀବନୀଗ୍ରନ୍ଥ’ ଓ ’ସାର୍ଥକ ସାରଥି ଜାନକୀବଲ୍ଲଭ’ର ପରିବର୍ଦ୍ଧିତ ତୃତୀୟ ସଂସ୍କରଣ ଉନ୍ମୋଚିତ ହେବ।

ସମ୍ବନ୍ଧିତ ଖବର