କଟକ: ଜାନକୀବଲ୍ଳଭ ପଟ୍ଟନାୟକ ଆଦର୍ଶ ଓ ବିଚାରଧାରାକୁ ନେଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏବଂ ସେହି ଆଦର୍ଶ ଓ ବିଚାରଧାରା ତାଙ୍କୁ ଏକ ସଫଳ ରାଜନେତା ଭାବେ ସମଗ୍ର ଦେଶରେ ପରିଗଣିତ କରିଛି। ରାଜନୀତିକୁ ଆସୁଥିବା ପ୍ରତ୍ୟେକଟି ବ୍ୟକ୍ତି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୀବନରୁ ଅନୁପ୍ରାଣିତ ହେବା ଉଚିତ୍। କଟକ ହିଁ ଥିଲା ତାଙ୍କ କର୍ମକ୍ଷେତ୍ର। ଏହିଠାରୁ ସେ ତାଙ୍କର ଶିକ୍ଷା ଓ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ନୂତନ କଟକର ବିକାଶରେ ତାଙ୍କର ଅନେକ ଅବଦାନ ରହିଛି େବାଲି ଜାନକୀବଲ୍ଲଭ ପଟ୍ଟନାୟକ ଜୟନ୍ତୀ କମିଟି ପକ୍ଷରୁ ଟାଉନହଲ ଠାରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୪ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଛନ୍ତି।
କମିଟିର କାର୍ଯ୍ୟକାରୀ ସଭାପତି ସରୋଜ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଭଜମନ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। କମିଟିର ଉପସଭାପତି ଦିଲ୍ଲୀପ ରାୟ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ ଉପସଭାପତି ରାଜେନ୍ଦ୍ର କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। କମିଟିର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ କମିଟି ଉପସଭାପତି କୁଞ୍ଜ ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଜୟନ୍ତୀ କମିଟି ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ, ସାମ୍ବାଦିକ, କ୍ରୀଡ଼ାବିତ୍, କବି, ଲେଖକ, ଆଇନଜୀବୀ, ସମାଜସେବୀ ଭାବେ ୭୦ରୁ ଅଧିକ ବ୍ୟକ୍ତିଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ କମିଟି ସଦସ୍ୟ ଦୀପକ ରଞ୍ଜନ ପାତ୍ର, ଉମାଶଙ୍କର ଛୋଟରାୟ, ଦେବାଶିଷ ରାଉତ, ଆଶିଷ କୁମାର ମହାପାତ୍ର, ତନ୍ମୟ ଚୌଧୁରୀ, ସୁମିତ୍ ରାୟ, ଅମର ନାୟକ, ଐଶ୍ବର୍ଯ୍ୟ ଦଳାଇ, ବିକ୍ରମ ବାରିକ, ପର୍ବତ ଚରଣ ଦାସ, ପ୍ରତାପ କେଶରୀ ଦେଓ, ସଞ୍ଜୟ କୁମାର ପଣ୍ତା, ଦେବୀ ପ୍ରସାଦ ସାହୁ, ଜିତେନ୍ଦ୍ର ପାଣି, ଅଭିଷେକ ଜେନା, ବନବିହାରୀ ନାୟକ, ମୁରଲୀଧର ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/dgsfdh5f4h98fs7h98sf7h65sf4h65sf4h56sf4h65sf4h56sf4h8sf7hf8s7h465fs4h5f4b5sfbsfb.jpg)