ଖୋର୍ଦ୍ଧା : ପ୍ରକୃତିପ୍ରେମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ‘ସବୁଜ ସ୍ମାରକୀ’ ସ୍ବରୂପ ଖୋର୍ଦ୍ଧାଠାରେ ଏକ ମନୋରମ ପାର୍କ- ‘ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ’ ନିର୍ମିତ ହୋଇଛି। ସ୍ବର୍ଗତ ପଟ୍ଟନାୟକଙ୍କ ୯୨ତମ ଜୟନ୍ତୀ ଅବସରରେ ଆସନ୍ତାକାଲି ଏହି ପାର୍କର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲାପାଳଙ୍କ ଅଫିସ୍ ନିକଟ ୧୬ନ˚. ଜାତୀୟ ରାଜପଥ ପାର୍ଶ୍ବରେ ପ୍ରାୟ ଛଅ ଏକର ପରିମିତ ଅଞ୍ଚଳରେ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ନିର୍ମିତ ଏହି ପାର୍କ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର। ଉଦ୍ୟାନର ପ୍ରାୟ ଚାରି ଏକର ଜମିରେ ଐତିହ୍ୟର ସ୍ମାରକୀ ବହନ କରୁଥିବା ଖଣ୍ତଗିରି-ଉଦୟଗିରି ଗୁମ୍ଫା, ଐତିହାସିକ ଖୋର୍ଦ୍ଧାଗଡ଼ ଓ ବରୁଣେଇ ପାହାଡ଼ର ନମୁନା, ନଅ ଶହ ପଚାଶ ମିଟର୍ ଦୀର୍ଘ ପାଥ୍-େଵ, ବୋଟି˚ ପୁଲ୍, ମ୍ୟୁଜିକାଲ୍ ଵାଟର୍ ଫାଉଣ୍ଟେନ୍, ସେଲ୍ଫି ପଏଣ୍ଟ୍, ଘାସ ଗାଲିଚା ଆଦି ରହିଛି। ବାକି ଥିବା ଦୁଇ ଏକର ସ୍ଥାନରେ ଏକ ଗ୍ରନ୍ଥାଳୟ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀକୁ ନେଇ ସ˚ଗ୍ରହାଳୟ, ଶିଶୁ ଉଦ୍ୟାନ ଆଦିର ବିକାଶ ଚାଲିଛି। ଉଲ୍ଲେଖଯୋଗ୍ୟ, ୨୦୧୫ ଏପ୍ରିଲ୍ ୨୧ ତାରିଖରେ ଜାନକୀ ବଲ୍ଲଭଙ୍କ ତିରୋଧାନ ହୋଇଥିଲା। ଏହାର ଆଠ ମାସ ମଧୢରେ ତାଙ୍କ ସ୍ମୃତି ରକ୍ଷା ପାଇଁ ଖୋର୍ଦ୍ଧା ଠାରେ ଉଦ୍ୟମ ଆରମ୍ଭ ହୋଇଥିଲା ଏବ˚ ୨୦୧୬ ଜାନୁଆରି ୩ ତାରିଖ ଅର୍ଥାତ୍ ତାଙ୍କ ଜନ୍ମ ଦିବସରେ ଗଠିତ ହୋଇଥିଲା ଜାନକୀ ବଲ୍ଲଭ ସ୍ମୃତି କମିଟି ଟ୍ରଷ୍ଟ୍। ‘ସମ୍ବାଦ’ର ସ˚ପାଦକ ସୌମ୍ୟର˚ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ସଭାପତି ଥିବାବେଳେ କାର୍ଯ୍ୟକାରୀ ସଭାପତି ଡ. ବିମଳ ରଥ ସ˚ପାଦକ, ସ˚ଜୟ ପଟ୍ଟନାୟକ ଓ କୋଷାଧୢକ୍ଷ ଭାବେ ପ୍ରକାଶ ସାମନ୍ତରାୟ କାର୍ଯ୍ୟଭାର ତୁଲାଇଥିଲେ। ସା˚ସଦ ପ୍ରସନ୍ନ ପାଟ୍ଟଷାଣୀ, ବିଧାୟକ ରାଜେନ୍ଦ୍ର ସାହୁ, ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଦିଲ୍ଲୀପ ଶ୍ରୀଚନ୍ଦନ, ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର୍ କ୍ଷୀରୋଦ ପ୍ରସାଦ ମହାନ୍ତି ପ୍ରମୁଖ ଟ୍ରଷ୍ଟର ସଦସ୍ୟ ଥିଲେ। ଏହି ଉଦ୍ୟାନ ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି।
‘ସବୁଜ ସ୍ମାରକୀ’-ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍ୟାନ ଲୋକାର୍ପଣ ଆଜି
/sambad/media/post_attachments/wp-content/uploads/2019/01/jb-patnaik-park.jpeg)