ଖୋର୍ଦ୍ଧା : ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆସାମର ପ୍ରାକ୍ତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପଂଚମ ଶ୍ରାଦ୍ଧ ବାର୍ଷିକୀ ଆସନ୍ତା ୨୧ ତାରିଖ ଦିନ ନିରାଡମ୍ବର ଭାବେ ଲକ୍ଡାଉନ ନିୟମାନୁସାରେ ପାଳନ ହେବ ବୋଲି ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ସ୍ମୃତି କମିଟି ପକ୍ଷରୁ ଦିଆଯାଇଥିବା ଲିଖିତ ସୂଚନାନୁସାରେ, ପ୍ରତିବର୍ଷ ପ୍ରଜ୍ଞାପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ସ୍ଥାନୀୟ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ପାଳନ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଓ ସରକାରଙ୍କ ଲକଡାଉନ୍ ନିୟମକୁ ଦୃଷ୍ଟିରେ ରଖି କିଛି ହାତଗଣତି ଲୋକଙ୍କୁ ନେଇ ପାଳନ କରାଯିବ । କାର୍ଯ୍ୟକ୍ରମରେ ସକାଳ ୭ଟାରେ ସ୍ମୃତି ଉଦ୍ୟାନରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ଏହା ପରେ ଅନୁଷ୍ଠାନ ପକ୍ଷରୁ ସ୍ୱଳ୍ପ ସ୍ୱେଚ୍ଛାସେବୀଙ୍କୁ ନେଇ ସହରର ବିଭିନ୍ନ ସ୍ଥାନରେ ଲକଡାଉନ ସମ୍ପର୍କରେ ସଚେତନତା, ମାସ୍କ ଓ ସାନିଟାଇଜର ସହ ଅସହାୟଙ୍କୁ ଖାଦ୍ୟ ବଂଟନ କରାଯିବ ବୋଲି ସ୍ମୃତି କମିଟିର ସମ୍ପାଦକ ସଂଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି ।