ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶା ଗଠନର ପ୍ରକୃତ ବିନ୍ଧାଣୀ ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ବର୍ଷବ୍ୟାପୀ ପାଳନ କରାଯିବ। ଏ ନେଇ ଆଜି ଏକ ପ୍ରସ୍ତୁତି କମିଟି ବୈଠକ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆବାହକତ୍ବରେ ସ୍ୱସ୍ତି ପ୍ରିମିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ପୂର୍ବ ପ୍ରଶାସକ ନୀଳମାଧବ ମହାନ୍ତି, ବିଶିଷ୍ଟ କଥାକାର ଦେବୀପ୍ରସନ୍ନ ପଟ୍ଟନାୟକ, ସାମ୍ବାଦିକ ଶ୍ରୀମୟ କର, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ୍ ପ୍ରମୁଖ ଉଦ୍ଘାଟନ କରିଥିଲେ। ଶତବାର୍ଷିକ କମିଟିର ମୁଖ୍ୟ ସଂଯୋଜକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆବାହକ ନିରଞ୍ଜନ ପଟ୍ଟନାୟକ ଜାନକୀବଲ୍ଲଭଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡ଼ିଶାର ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ଜନ୍ମ ଶତବାର୍ଷିକୀ ୨୦୨୬ ଜାନୁଆରି ୩ ତାରିଖଠାରୁ ୨୦୨୭ ଜାନୁଆରି ୩ ପର୍ଯ୍ୟନ୍ତ ଏକ ବର୍ଷବ୍ୟାପୀ ପାଳନ କରାଯିବାକୁ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିବାକୁ ଉପସ୍ଥିତ ଅତିଥିମାନଙ୍କୁ ଅନୁରୋଧ କରିବା ସହିତ ଏକ ମାର୍ଗଦର୍ଶିକାର ଭିଡିଓ ଚିତ୍ର ଯୁବନେତା ଅଭିଷେକ ମହାନନ୍ଦ ଉପସ୍ଥାପନ କରିଥିଲେ।
ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବ ସାଂସଦ ଭୂପିନ୍ଦର ସିଂହ, ଡ. ବିମଳେନ୍ଦୁ ମହାନ୍ତି, ପୂର୍ବତନ ପ୍ରଶାସକ ରବିନାରାୟଣ ସେନାପତି, ପ୍ରଫେସର୍ ହରେକୃଷ୍ଣ ଶତପଥୀ ପ୍ରମୁଖ ସ୍ବର୍ଗତ ଜାନକୀବଲ୍ଲଭଙ୍କ ସମସ୍ତ ରଚନାକୁ ଏକ ଗ୍ରନ୍ଥ ଆକାରରେ ପ୍ରକାଶ କରି ଓଡ଼ିଶାର ସମସ୍ତ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟରେ ପହଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଜେଡି ବିଧାୟକ ଗଣେଶ୍ବର ବେହେରା, ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ, ସ୍ୱସ୍ତି ଅଧ୍ୟକ୍ଷ ଜେକେ ମହାନ୍ତି ତାଙ୍କ ପ୍ରସ୍ତାବରେ କଳିଙ୍ଗ ଷ୍ଟାଡିୟମ୍କୁ ସ୍ବର୍ଗତ ପଟ୍ଟନାୟକଙ୍କ ନାମରେ ନାମିତ କରିବା ସହିତ ଷ୍ଟାଡିୟମ୍ ପରିସରରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ।
ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ଡିଜି ଅମିୟ ଭୂଷଣ ତ୍ରିପାଠୀ କାର୍ଯ୍ୟକ୍ରମକୁ ଦିଲ୍ଲୀଠାରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଶରତ ଚନ୍ଦ୍ର ଭଦ୍ର, ପୂର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ବିଶିଷ୍ଟ କଥାକାର ଗୌରହରି ଦାସ, ଅସିତ ମହାନ୍ତି, ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଶହେ ପୃଷ୍ଠାର ଏକ ପୁସ୍ତକ ପ୍ରକାଶ କରି ରାଜ୍ୟର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଥିଲେ।
କଳିଙ୍ଗ ଷ୍ଟାଡିୟମ୍କୁ ଜାନକୀବଲ୍ଲଭଙ୍କ ନାମରେ ନାମିତ କରିବାକୁ ଦାବି
ବିଭିନ୍ନ ବିଶ୍ବବିଦ୍ୟାଳୟରେ ଜାନକୀବଲ୍ଲଭ ଚେୟାର୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ
ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ଏଜି ଅଶୋକ ପରିଜା, ଆଇନଜୀବୀ ଧରଣୀଧର ନାୟକ, ଶକ୍ତି ଦାସ, ବିଜୟ ଦାସ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଜାନକୀବଲ୍ଲଭ ଚେୟାର୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ସାମ୍ବାଦିକ ରବି ଦାସ, ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ପ୍ରଦୋଷ ପଟ୍ଟନାୟକ, ସତ୍ୟବ୍ରତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ। ସେହିପରି ବରିଷ୍ଠ ନେତା ମହମ୍ମଦ ମୋକିମ୍, ଗୋବିନ୍ଦ ଭୂୟାଁ, ପୂର୍ବ ଜିଲ୍ଲା ଜଜ୍ ରତିକାନ୍ତ ମହାପାତ୍ର, ସରୋଜକାନ୍ତ ସିଂହ, ମହମ୍ମଦ ସକିଲ୍, ଇଂ. ପ୍ରଭାକର ସ୍ବାଇଁ, ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ବାବାଜୀ ପଟ୍ଟନାୟକ, ବିଜୟାନନ୍ଦ ସିଂହ, ଶିଶିର କୁମାର ନାୟକ ପ୍ରମୁଖ ସ୍ୱର୍ଗତ ଜାନକୀବଲ୍ଲଭଙ୍କ କର୍ମକ୍ଷେତ୍ର କଟକ ସହରରେ ଉତ୍ସବକୁ ବ୍ୟାପକ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବନବିହାରୀ ମହାନ୍ତି, ସୀତାବଲ୍ଲଭ ମହାପାତ୍ର, ପୁଷ୍ପରାଜ ପ୍ରଧାନ, କିଶୋର ଜେନା, ଗିରିବାଳା ବେହେରା, ବନ୍ଦିତା ପରିଡ଼ା, ଶିବାନନ୍ଦ ରାୟ ପ୍ରମୁଖ ଜାନକୀବଲ୍ଲଭ ସ୍ମାରକୀ ଫାଉଣ୍ଡେସନ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ନଟବର ବାରିକ, ମନୋଜ ସାହୁ, ଶମ୍ଭୁ ପାଣିଗ୍ରାହୀ, ମଧୁସ୍ମିତା ପଣ୍ଡା, କୁମାର ଶ୍ରୀ ଚିରଞ୍ଜୀବୀ, ରାଧାକାନ୍ତ ଦିଗଲ, ସୁଧାକର ରାଉତ, ପ୍ରତିମା ମଲ୍ଲିକ, ସୀତାକାନ୍ତ ମିଶ୍ର, ବିଶ୍ବରଂଜନ ମହାନ୍ତି, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, ଅମିତା ବିଶ୍ୱାଳ, ରାମଚନ୍ଦ୍ର ମହାପାତ୍ର, ଜନାର୍ଦ୍ଦନ ଦେହୁରୀ, ପ୍ରକାଶ ଜେନା, ରଞ୍ଜନ କୁମାର ଦାସ, ଶରତ ମିଶ୍ର, କେ. ରବି, ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ରବୀନ୍ଦ୍ର ମଲ୍ଲିକ, ଦେବେନ୍ଦ୍ର ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସ୍ତମ୍ଭକାର, ପୂର୍ବତନ ପ୍ରଶାସକ ପ୍ରମୁଖ ଉପସ୍ଥିତ ରହି ପରାମର୍ଶ ଦେଇଥିଲେ। ଶେଷରେ ପଦ୍ମାକର ଗୁରୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ନବଜ୍ୟୋତି ପଟ୍ଟନାୟକ, ସଂଜୟ ପଟ୍ଟନାୟକ, ବିଶ୍ବଜିତ ଦାସ, ଜାନକୀବଲ୍ଲଭ ପଟ୍ଟନାୟକ(କନିଷ୍ଠ), ରଜନୀ କୁମାର ମହାନ୍ତି, ସାମ୍ବାଦିକ ରାଜେଶ ନାୟକ, ଆଲୋକ ମହାନ୍ତି, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ଯୋଗୀନାଥ ବାହୁବଳେନ୍ଦ୍ର, ଅଜୟ ମହାପାତ୍ର, ମିହିର ଆଚାର୍ଯ୍ୟ, ଅଜୟ ସାମଲ, ବରୁନ ରାଜ ପ୍ରମୁଖ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/23/dagdagdgd-2025-11-23-02-55-22.jpg)